ମୁଖ୍ୟ ଖବର
ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରି ଭୁବନେଶ୍ୱର ଫେରିବା ବାଟରେ ସେ ଧଉଳି ଶାନ୍ତିସ୍ତୁପ ଓ ପାଖରେ ଥିବା ଶିଳାଲେଖ ପରିଦର୍ଶନ କରି ବୌଦ୍ଧ ସଂସ୍କୃତି ଓ ଏହାର ଇତିହାସ ସମ୍ବନ୍ଧରେ ବୌଦ୍ଧ ସନ୍ୟାସୀଙ୍କ ଠାରୁ ଅବଗତ ହୋଇଥିଲେ । ଶାନ୍ତିସ୍ତୁପ ଉପରୁ ଭୁବନେଶ୍ୱର ସହର ଓ ଦୟା ନଦୀର ସୌନ୍ଦର୍ୟ୍ୟ ଅତୀବ ଚମତ୍କାର । ଭାରତ ଶାନ୍ତି ଓ ମୈତ୍ରୀ ପାଇଁ ସାରା ବିଶ୍ୱରେ ପରିଚିତ। ଧଉଳି ଶାନ୍ତିସ୍ତୁପରୁ ଶାନ୍ତିର ବାର୍ତ୍ତା ସମଗ୍ର ବିଶ୍ୱକୁ ଅଧିକରୁ ଅଧିକ ସମ୍ପ୍ରସାରିତ ହେଉ ବୋଲି ସେ କାମନା କରିଥିଲେ ।
ଅପରାହ୍ନରେ ମୁଖ୍ୟ ନିର୍ବାଚନ କମିଶନର ଉଦୟଗିରି ପାହାଡ଼ ଓ ତା ମଧ୍ୟରେ ଥିବା ବହୁ ପୁରାତନ ଗୁମ୍ଫା ପରିଦର୍ଶନ କରିଥିଲେ । ୨୦୦୦ ହଜାର ବର୍ଷ ପୂର୍ବରୁ ଏଭଳି ସୁନ୍ଦର ଓ ନିଖୁଣ ଗୁମ୍ଫା ଓ କାରୁକାର୍ୟ୍ୟ ଆମ ପୂର୍ବପୁରୁଷମାନେ ନିର୍ମାଣ କରିପାରିଥିଲେ ତାହା ଆଶ୍ଚର୍ୟ୍ୟାନ୍ବିତ ଓ ଗୌରବାନ୍ୱିତ କରୁଛି । ତା'ଠାରୁ ଅଧିକ ଆନନ୍ଦ ଦେଉଛି ଆମର ହଜାର ହଜାର ବର୍ଷର ସମୃଦ୍ଧ ସଂସ୍କାର ଓ ସଂସ୍କୃତି ଉଦୟଗିରି ପାହାଡ଼ରେ ଆଜି ମଧ୍ୟ ଜୀବନ୍ତ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ପରେ ସେ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଭାସ୍କର୍ୟ୍ୟ ଦ୍ୱାରା ପ୍ରଭାବିତ ହେବା ସହ ସପରିବାର ଦେବାଦେବୀଙ୍କ ଆଶୀର୍ବାଦ ନେଇଥିଲେ ।
Comments ସମସ୍ତ ମତାମତ