ମୁଖ୍ୟ ଖବର
ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟରେ ୪୫ଟି ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ଶେଷ ସପ୍ତାହରେ ଉପନିର୍ବାଚନ ହୋଇପାରେ । ଏ ସମ୍ପର୍କରେ ନିର୍ବାଚନ ଆୟୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା କରିଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଉପନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆୟୋଗଙ୍କ ଦ୍ୱାରା ଏକାଧିକ ପଦକ୍ଷେପ ନିଆଯିବାର ମଧ୍ୟ ସମ୍ଭାବନା ରହିଛି । ସୂତ୍ର ଅନୁସାରେ ପ୍ରତି ବୁଥରେ ଭୋଟରଙ୍କ ସଂଖ୍ୟା ୧୦୦୦ ରେ ସୀମିତ ରଖିବା ପାଇଁ ବିଚାରବିମର୍ଶ ଜାରି ରଖିଥିବାର ଜଣାପଡ଼ିଛି । ଅପରପକ୍ଷେ ଭୋଟଦାନ କେନ୍ଦ୍ରମାନଙ୍କରେ ମାସ୍କ, ସାନିଟାଇଜର, ଗ୍ଲୋବସ ବ୍ୟବସ୍ଥା ମଧ୍ୟ କରାଯିବା ସହିତ ସାମାଜିକ ଦୂରତାର ଧ୍ୟାନ ରଖାଯିବ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ଦୁଇଟି ଆସନ ଲାଗି ଉପନିର୍ବାଚନ ହେବ । ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ବିଧାୟକ ବିଷ୍ଣୁଦାସଙ୍କ ବିୟୋଗ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି ।
Comments ସମସ୍ତ ମତାମତ