Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୂର୍ବରୁ ଭୋଟର ଥାଇ ଫର୍ମ-୬ ଭରିଲେ କାର୍ଯ୍ୟାନୁଷ୍ଠାନ ହେବନାହିଁ

    Share on :
    ajab-Image
    Date: Nov 16, 2026    Views: 2509

    ନୂଆଦିଲ୍ଲୀ: ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକୃତ ହୋଇଥିବା ସତ୍ତ୍ୱେ ଯଦି ଚିଠା ତାଲିକାରେ ନ ଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ। ନିର୍ବାଚନ କମିଶନ (ଇସି) ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ଉପରୋକ୍ତ ସ୍ପଷ୍ଟୀକରଣ ସମ୍ପର୍କରେ ସ୍ଥାନୀୟ ଭାଷା ସମେତ ଅନ୍ୟାନ୍ୟ ଭାଷାରେ ବ୍ୟାପକ ପ୍ରଚାର କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିବେଦନ କରାଯାଇଥିବା ଇସି ଏକ ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଛନ୍ତି। ଯେଉଁମାନଙ୍କ ନାମ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ହୋଇଛି କିନ୍ତୁ ଚିଠା ଭୋଟର ତାଲିକାରେ ବାଦ୍‌ ପଡ଼ିଛି, ସେମାନେ ଫର୍ମ-୬ ଦାଖଲ କରିବା ନେଇ ଜନପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ଆଶଙ୍କାରେ ଭୟ କରୁଥିବା ଖବର ନଜରକୁ ଆସିଥିବା କମିଶନ କହିଛନ୍ତି। ଲୋକଙ୍କ ମନରୁ ଏଭଳି ଭୟ ଦୂର କରିବା ପାଇଁ କମିଶନ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପୂର୍ବରୁ ଭୋଟର ଥାଇ କେବଳ ଫର୍ମ-୬ ଦାଖଲ କରିବା କାରଣରୁ କାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

    ତେବେ ସମ୍ପୃକ୍ତ ଆବେଦନକାରୀ ବା ଭୋଟର ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ପଞ୍ଜୀକୃତ ହୋଇ ନ ଥିବେ। ସେଭଳି ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତ୍ୟପାଠରେ କୁହାଯାଇଛି। ଏସ୍‌ଆଇଆର୍‌ ବେଳେ ଅନୁପସ୍ଥିତ, ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ନକଲି ଦର୍ଶାଯାଇ ବାଦ୍‌ ଦିଆଯାଇଥିବା ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ସେମାନଙ୍କ ପାଖରେ ପହଞ୍ଚତ୍ବାକୁ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବକୁ କମିଶନ ବିଚାରକୁ ନେଇଛନ୍ତି। ଭୋଟରମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ନିର୍ଦ୍ଦିଷ୍ଟ କେତେକ ପଦକ୍ଷେପ ନେବାକୁ ଇସି ନିଷ୍ପତ୍ତି ନେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook