ମୁଖ୍ୟ ଖବର
ବିମାନରେ ଯାତ୍ରା କରୁଥିଲେ ସାବଧାନ! ଇବୋଲା ଭାଇରସକୁ ନେଇ ଏବେ ଘାରିଛି ଚିନ୍ତା। ଏନେଇ ଦିଲ୍ଲୀ ବିମାନବନ୍ଦରରେ ସତର୍କତା ଜାରି। ସରକାରଙ୍କ ପକ୍ଷରୁ ମଧ୍ୟ ପରାମର୍ଶ ଜାରି ହୋଇଛି। DGHS ବିପଜ୍ଜନକ ଭାଇରସ୍ ସମ୍ପର୍କରେ ସଚେତନତା ଜାରି କରିଛି।ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ପରିବହନ କରୁଥିବା ଯାତ୍ରୀମାନେ ସତର୍କ ରହିବା ଉଚିତ। ଡିଆର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନ ଭଳି ଉଚ୍ଚ ବିପଦପୂର୍ଣ୍ଣ ଦେଶଗୁଡ଼ିକୁ ଯାତ୍ରା କରୁଥିବା ଯାତ୍ରୀମାନେ ଯଦି ଇବୋଲା ସମ୍ବନ୍ଧୀୟ କୌଣସି ଲକ୍ଷଣ ଅନୁଭବ କରନ୍ତି ତେବେ ତୁରନ୍ତ ପଦକ୍ଷେପ ନେବା ଉଚିତ। ତେବେ ଏହାର ଲକ୍ଷଣ ବି ଅତ୍ୟନ୍ତ ସ୍ୱାଭାବିକ।
ଯଦି ଏହି ଦେଶଗୁଡ଼ିକରୁ ଦିଲ୍ଲୀ ବିମାନବନ୍ଦରରେ ଆସୁଥିବା ଯାତ୍ରୀମାନେ ଜ୍ୱର, ଦୁର୍ବଳତା କିମ୍ବା ଥକ୍କାପଣ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି, ଝାଡ଼ା, ରକ୍ତସ୍ରାବ କିମ୍ବା ଗଳା ଯନ୍ତ୍ରଣା ଭଳି କୌଣସି ଲକ୍ଷଣ ଅନୁଭବ କରନ୍ତି ତେବେ ଅଣଦେଖା କରିବା ଉଚିତ୍ ନୁହେଁ। ଇବୋଲା ରୋଗୀ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନେ ଇମିଗ୍ରେସନ୍ ସ୍କ୍ରିନିଂ କରିବା ପୂର୍ବରୁ ତୁରନ୍ତ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ଡେସ୍କକୁ ଜଣାଇବା ଉଚିତ।
Comments ସମସ୍ତ ମତାମତ