Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କାହିଁକି ଗଢ଼ା ହୋଇଥିଲା ଇଷ୍ଟ ବେଙ୍ଗଲ ଟିମ, କାରଣ ଜାଣିଲେ ହେବେ ଚକିତ

    Share on :
    ajab-Image
    Date: Nov 17, 2021    Views: 3568

    ମୋହନ ବାଗାନ ହେଉଛି କଲିକତାର ସବୁଠୁ ପୁରୁଣା ଫୁଟବଲ ଟିମ  । ୧୮୮୯ରେ ଏହି ଟିମ ଗଠନ ହୋଇଥିଲା  । ତେବେ ୧୯୨୦ରେ ମୋହନବାଗାନର ଏକ ମ୍ୟାଚରେ ଏହାର ଷ୍ଟାର ହାଫବ୍ୟାକ ଶୈଳେଶ ବୋଷଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା  । ଏଥିରେ କ୍ଷୁବ୍ଧ ହୋଇ ମୋହନବାଗାନ କ୍ଲବର ଭାଇସ ପ୍ରେସିଡେ଼ଂଟ ସୁରେଶ ଚନ୍ଦ୍ର ଚୌଧୁରୀ ଏକ ନୂଆ କ୍ଲବ ଗଢ଼ିବାକୁ ନିଷ୍ପତି ନେଇଥିଲେ  । 

    ଚୌଧୁରୀ ଇଷ୍ଟ ବେଙ୍ଗଲର ହୋଇଥିବାରୁ ଏହି କ୍ଲବର ନାମ ଇଷ୍ଟ ବେଙ୍ଗଲ ରଖାଯାଇଥିଲା  । ଏବେ ଇଷ୍ଟ ବେଙ୍ଗଲକୁ ଆମେ ବାଂଲାଦେଶ ବୋଲି ଜାଣୁଛୁ  । ୧୯୨୧ରେ କୁଚବିହାର ଟ୍ରଫିରେ ମୋହନ ବାଗାନ ଓ ଇଷ୍ଟବେଙ୍ଗଲ ମଇଦାନକୁ ଓହ୍ଲାଇଥିଲେ  । ଏହାର ପ୍ରଥମ ମ୍ୟାଚ ବିନା ଗୋଲରେ ଶେଷ ହୋଇଥିଲା  । କିନ୍ତୁ ୧୯୨୧ ଅଗଷ୍ଟ ୨୧ରେ ଉଭୟଙ୍କ ମଧ୍ୟରେ ହୋଇଥିବା ସେମିଫାଇନାଲ ମ୍ୟାଚରେ ମୋହନବାଗାନ ଟିମ ଇଷ୍ଟବେଙ୍ଗଲକୁ ୩-୦ରେ ହରାଇ ଦେଇଥିଲା  । 

    ଏଯାବତ ଉଭୟଙ୍କ ମଧ୍ୟରେ ୩୭୧ଟି ମ୍ୟାଚ ଖେଳା ଯାଇଥିବାବେଳେ ଇଷ୍ଟବେଙ୍ଗଲ ଟିମ ୧୨୯ ଓ ମୋହନ ବାଗାନ ଟିମ ୧୨୧ ଥର ବାଜିମାତ କରିଛନ୍ତି  । ଗୋଟିଏ ଜିଦ ପାଇଁ ଦୁଇଟି ଦଳ ଗଢ଼ା ହୋଇଥିଲେବି ଏହାଦ୍ୱାରା ଭାରତରେ ଫୁଟବଲ ବେଶ ଲୋକପ୍ରିୟ ହୋଇପାରିଥିଲା  । ଏବେବି ଉଭୟ ଟିମକୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବାବେଳେ ବିଶ୍ୱରେ ବି ଉଭୟ ଦଳକୁ ନେଇ ଚର୍ଚ୍ଚା ହୋଇଥାଏ  ।

    Maximum 500 characters

    ଖେଳ ଖବର View all

    Find Us on Facebook