Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମହାରାଷ୍ଟ୍ରରେ ଭୂକମ୍ପ ଝଟ୍‌କା:ତୀବ୍ରତା ୩.୬

    Share on :
    ajab-Image
    Date: Nov 23, 2022    Views: 3958

    ମୁମ୍ବାଇ: ଭୂମିକମ୍ପରେ ଦୋହଲିଲା ମହାରାଷ୍ଟ୍ରର ନାସିକ ଅଞ୍ଚଳ। ଆଜି ଭୋରୁ ଏଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ନାସିକଠାରୁ ୮୯ କିଲୋମିଟର ଦୂରରେ ଆଜି ସକାଳ ପ୍ରାୟ ୪.୪ ସମୟରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ଭୂମିଠାରୁ ୫ କିମି ତଳେ ଥିଲା। ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି କି କିଛି କ୍ଷୟକ୍ଷତି ଘଟିନାହିଁ।
    ଏହାପୂର୍ବରୁ ଗତକାଲି ଲଦାଖର କାରଗିଲ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୩। ଭୂମିକମ୍ପର କେନ୍ଦ୍ରସ୍ଥଳ କାରଗିଲ ଠାରୁ ୧୯୧ କିଲୋମିଟର ଉତ୍ତରରେ ଥିଲା। ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିବା ବୈଜ୍ଞାନିକମାନେ ସୂଚନା ଦେଇଥିଲେ।ସେହିପରି ଦିଲ୍ଲୀ ଏନ୍‌ସିଆର୍ ଓ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ନଭେମ୍ବର ୧୨ ତାରିଖ ସନ୍ଧ୍ୟାରେ ଭୂମି ଦୋହଲିବାକୁ ଲାଗିଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୪ ରେକର୍ଡ କରାଯାଇଥିଲା। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ନେପାଳ ଠାରୁ ୧୦ କିଲୋମିଟର ଗଭୀରତାରେ ଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook