Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୂମିକମ୍ପ ଝଟ୍‌କାରେ ଥରିଲା ଦିଲ୍ଲୀ

    Share on :
    ajab-Image
    Date: Aug 2, 2026    Views: 2890

    ନୂଆଦିଲ୍ଲୀ:  ଆଜି ସକାଳୁ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୋର ୪ଟା ୧୪ ମିନିଟ୍ ସମୟରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୨.୯ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଦିଲ୍ଲୀର ଉତ୍ତର ଜିଲ୍ଲାରେ ଥିଲା । ଭୂପୃଷ୍ଠରୁ ମାତ୍ର ୮ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ର ରହିଥିଲା । ଭୂମିକମ୍ପର ତୀବ୍ରତା ଯଥେଷ୍ଟ କମ୍ ଥିବାରୁ ଏହାଦ୍ୱାରା କୌଣସି ପ୍ରକାର ଧନଜୀବନ କ୍ଷତି କିମ୍ବା କୋଠାବାଡ଼ି କ୍ଷତିଗ୍ରସ୍ତ ହେବାର ସୂଚନା ମିଳିନାହିଁ । ୨.୯ ତୀବ୍ରତାର ଭୂମିକମ୍ପ ସାଧାରଣତଃ ବିପଦମୁକ୍ତ ଏବଂ ହାଲୁକା ଶ୍ରେଣୀର ଅନ୍ତର୍ଭୁକ୍ତ । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିଲେ ବି ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେମାନଙ୍କ ମନରେ ଆତଙ୍କ ଖେଳିଯାଇଛି ।
    ଜୁନରେ ହୋଇଥିବା ଭୂମିକମ୍ପ- ଏହା ପୂର୍ବରୁ ଜୁନ୍ ମାସରେ ଦିଲ୍ଲୀରେ ଭୂମିକମ୍ପ ହୋଇଥିଲା । ଜୁନ୍ ୨୭ ସନ୍ଧ୍ୟା ୭ଟା ୪ ମିନିଟରେ ଦିଲ୍ଲୀ ଏନସିଆର ସମେତ ଅନେକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ଆଫଗାନିସ୍ତାନରେ ବି ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା । ଯାହାର ପ୍ରଭାବ ଦିଲ୍ଲୀ ଏବଂ ଉତ୍ତର ଭାରତ ଉପରେ ପଡିଥିଲା । ଦିଲ୍ଲୀ ଏବଂ ତାର ଆଖପାଖ ଅଞ୍ଚଳ ଭୂମିକମ୍ପ ସମ୍ବେଦନଶୀଳତା ନେଇ ଜୋନ୍-୪ରେ ସାମିଲ କରାଯାଇଛି । ଏହି ଅଞ୍ଚଳରେ ପ୍ରାୟ ସମୟରେ ହାଲୁକା ଏବଂ ମଧ୍ୟମ ଧରଣ ଭୂମିକମ୍ପ ଝଟକା ଲାଗିଥାଏ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook