Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୂକମ୍ପରେ ଥରିଲା ଉତ୍ତର-ପୂର୍ବ ଜାପାନ

    Share on :
    ajab-Image
    Date: Jun 28, 2026    Views: 2704

    ନୂଆଦିଲ୍ଲୀ:ଥରିଲା ଜାପାନ। ରବିବାର ସକାଳେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି।। ଉତ୍ତର-ପୂର୍ବ ଜାପାନର ତୀବ୍ରତା ୬.୧ ଥିବା ଜଣାପଡିଛି । କିନ୍ତୁ ଏହି ଭୂକମ୍ପ ପରେ କୌଣସି ସୁନାମୀ ଚେତାବନୀ ଜାରି କରାଯାଇନାହିଁ । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ନାହିଁ । କ୍ରମାଗତ ଭୂମିକମ୍ପ ଯୋଗୁଁ ମାଟି ଅତଡ଼ା ଖସିବାର ଆଶଙ୍କା ବୃଦ୍ଧି ପାଇଛି । ଏଥିସହ ଭୂକମ୍ପ ଝଟକା ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି ।

    ସୂଚନାନୁଯାୟୀ, ଆଜି ସକାଳ ୭ଟା ୨୫ ମିନିଟରେ ଇୱାଟ ପ୍ରଦେଶର ଉପକୂଳରେ ଭୂକମ୍ପ ହୋଇଥିଲା । ଯାହାର ଗଭୀରତା ପ୍ରାୟ ୪୦ କିଲୋମିଟର ଥିଲା। ଏହି ଭୂକମ୍ପ ଆଓମୋରି ପ୍ରଦେଶ ଏବଂ ନିକଟସ୍ଥ ଅନ୍ୟାନ୍ୟ ଅଞ୍ଚଳକୁ ଥରାଇ ଦେଇଥିଲା ।

    ଗତକାଲି ଭୂକମ୍ପରେ ଦିଲ୍ଲୀ ଏନସିଆର ସମେତ ଭାରତର ଅନେକ ଭାଗରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା।ଭୂକମ୍ପରେ ଭୟଭୀତ ହୋଇପଡିଥିଲେ ଲୋକେ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିଲା। ଏହି ଭୂକମ୍ପ ଭାରତୀୟ ସମୟ ସନ୍ଧ୍ୟା ୭:୦୪ ମିନିଟରେ ଭୂପୃଷ୍ଠରୁ ୨୧୫ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା।ଭୂକମ୍ପର ଝଟକା ଏତେ ଜୋରରେ ଥିଲା ଯେ, ଘର ଓ ଅଫସିରେ ବସିଥିବା ଲୋକେ ଭୟରେ ବାହାରକୁ ଦୌଡ଼ିଥିଲେ। ହେଲେ ଏଥିରେ ଧନଜୀବନ ନଷ୍ଟ ହେବାର ଖବର ଆସି ନାହିଁ।ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।ଏପଟେ ଭାରତରେ ଦିଲ୍ଲୀ ବ୍ୟତୀତ ଜମ୍ମୁ-କାଶ୍ମୀର ସମେତ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି।ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନ ଭାରତ, ଚୀନ , ତାଜାକିସ୍ତାନ , ଉଜବେକିସ୍ତାନ , କିର୍ଗିସ୍ତାନ ଓ ତୁର୍କମେନିସ୍ତାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook