Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୂମିକମ୍ପ :ଭେନେଜୁଏଲାକୁ ସହାୟତାର ହାତ ବଢାଇଲା ଭାରତ

    Share on :
    ajab-Image
    Date: Jun 25, 2026    Views: 3148

    ନୂଆଦିଲ୍ଲୀ : ଭେନେଜୁଏଲାରେ ବ୍ୟାକ୍‌ ଟୁ ବ୍ୟାକ୍‌ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା। ମାତ୍ର ୩୯ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୭.୨ ଏବଂ ଦ୍ଵିତୀୟ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ ହୋଇଛି। ଫଳରେ ଭେନେଜୁଏଲାର କାରାକାସ୍‌ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ଲେଖାଯିବା ସୁଦ୍ଧା ୩୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିବା ଅନୁମାନ କରାଯାଉଛି। ଭୂକମ୍ପ ପରେ କାରିବିଆନ୍ ଦ୍ଵୀପରେ ସୁନାମୀ ଆଲର୍ଟ ଜାରି ହୋଇଛି। ଫଳରେ ରାଷ୍ଟ୍ରପତି ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି। 
    ସେପଟେ ଭେନେଜୁଏଲାକୁ ଭାରତ ସହାୟତାର ହାତ ବଢାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।  ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ ବୋଲି ମୋଦି କହିଛନ୍ତି। ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମଚାଡୋ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ସହ ଲୋକମାନଙ୍କୁ ଆତ୍ମବିଶ୍ଵାସର ସହ ବିପଦର ମୁକାବିଲା କରିବା ପାଇଁ ଅପିଲ କରିଛନ୍ତି। ଏଲ୍ ସାଲଭାଡୋରର ରାଷ୍ଟ୍ରପତି ନାୟିବ୍ ବୁକେଲେ କହିଛନ୍ତି ଯେ ତାଙ୍କ ଦେଶ ଏହି କଷ୍ଟକର ସମୟରେ ଭେନେଜୁଏଲା ଲୋକଙ୍କ ସହିତ ଠିଆ ହୋଇଛି। ଫ୍ଲୋରିଡାର ରିପବ୍ଲିକାନ୍ ସେନେଟର ମାରିଆ ଏଲଭିରା ସାଲାଜାର ମଧ୍ୟ ପ୍ରଭାବିତ ପରିବାର, ନିଖୋଜଙ୍କ ସମ୍ପର୍କୀୟ ଏବଂ ରିଲିଫ୍ କର୍ମୀଙ୍କ ପ୍ରତି ସମର୍ଥନ ପ୍ରକାଶ କରିଛନ୍ତି।

    ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପକର ତୀବ୍ରତା ୭.୧ ଏବଂ ୭.୫ ଥିଲା ଏବଂ ଏହା କାରିବିଆନ୍ ଉପକୂଳରେ ମୋରୋନ୍ ସହରରୁ ପ୍ରାୟ ୨୮ କିଲୋମିଟର ପଶ୍ଚିମରେ କେନ୍ଦ୍ରିତ ଥିଲା । ଏହାର ଗଭୀରତା ୧୩ କିଲୋମିଟର ଥିଲା । କାରାକାସ୍ ରେ ଥରୁଥିବା କୋଠା ଏବଂ ଘର ଦେଖି ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଶକ୍ତିଶାଳୀ ଭୂମିକମ୍ପରେ ଅନେକ ସୁଉଚ୍ଚ ଅଟ୍ଟାଳିକା ମାଟିରେ ମିଶାଇ ଦେଇଥିଲା। ତେବେ ଭୂମିକମ୍ପ ପରେ କାରିବିଆନ୍ ଦ୍ୱୀପରେ ସୁନାମୀ ଆଲର୍ଟ ଜାରି ହୋଇଛି । ଅନେକ ଦେଶକୁ ସୁନାମୀ ବିପଦ ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook