Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାପାନରେ ଭୂକମ୍ପ : ସୁନାମି ସତର୍କତା ଜାରି

    Share on :
    ajab-Image
    Date: Dec 12, 2025    Views: 3505

    ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୀବ୍ରତା ରିକ୍ଟର ସ୍କେଲରେ ୬.୭ ରେକର୍ଡ କରାଯାଇଛି। ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ ପୂର୍ବ ଦିଗରେ ସମୁଦ୍ର ଭିତରେ ଥିଲା । ଏହାର ପ୍ରଭାବରେ ଇୱାଟେ ଅଞ୍ଚଳରେ ପ୍ରାୟ ୧ ମିଟର (୩.୩ ଫୁଟ) ଉଚ୍ଚର ସମୁଦ୍ର ଢେଉ ଆସିବାର ସମ୍ଭାବନା ଅଛି । ତେଣୁ ଲୋକମାନଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

    ଭାରତୀୟ ସମୟ ସକାଳ ୮ଟା ୧୪ରେ ଏହି ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ୧୦.୭ କିଲୋମିଟର ଥିଲା। ଯାହା ଏହାକୁ ବିପଦପୂର୍ଣ୍ଣ କରିଦେଇଥିଲା। ଭୂମିକମ୍ପ ଉପକୂଳ ନିକଟରେ ହୋଇଥିଲା । ବର୍ତ୍ତମାନ୍ ପର୍ୟ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ଭୂମିକମ୍ପ ହେବା ମାତ୍ରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।
    ଏହି ସପ୍ତାହରେ ଜାପାନରେ ଏକାଧିକଥର ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ଦିନ ୭.୬ ତୀବ୍ରତାର ଭୂକମ୍ପ ହୋଇଥିଲା। ଯେଉଁଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ଅନେକ ରାସ୍ତାଘାଟରେ ଫାଟ ଆସିବା ସହ କୋଠାଘର ଗୁଡିକ ଥରି ଉଠିଥିଲା। ସେହିପରି ମଙ୍ଗଳବାର ଦିନ ହୋଞ୍ଚୋ ସହରରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ବୁଧବାର ଦିନ, ଆଓମୋରି ଏବଂ ହୋକାଇଡୋରେ ୬.୫ ତୀବ୍ରତାର ଏକ ଭୂମିକମ୍ପ ହୋଇଥିବାବେଳେ ଶୁକ୍ରବାର ୬.୭ ତୀବ୍ରତାର ଭୂମିକମ୍ପ ହୋଇଛି। ଅର୍ଥାତ୍ ଏହି ସପ୍ତାହରେ ଚତୁର୍ଥ ଥର ପାଇଁ ଜାପାନ ଥରି ଉଠିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook