Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୂକମ୍ପ ଝଟ୍‌କାରେ ଥରିଲା କୋଲକାତା

    Share on :
    ajab-Image
    Date: Nov 21, 2025    Views: 3044

    କୋଲକାତା : ଭୂକମ୍ପ ଝଟ୍‌କାରେ ଥରିଲା କୋଲକାତା। ଶୁକ୍ରବାର ସକାଳ ୧୦ଟା ୧୦ରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ ହୋଇଛି। ଏହାର କେନ୍ଦ୍ରସ୍ଥଳ ପଡୋଶୀ ଦେଶ ବାଂଲାଦେଶର ଟୁଙ୍ଗୀରେ ଥିଲା। ଭୂକମ୍ପ ଅନୁଭୂତ ହେବା ବେଳେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ୟୁରୋପିଆନ ମେଡିଟେରେନିୟନ ସେଣ୍ଟର ଫର ସିସ୍ମୋଲୋଜୀ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗୀରୁ ୨୭ କିମି ପୂର୍ବରେ ଥିଲା। ଏହାର ଗଭୀରତା ୧୦ କିଲୋମିଟର ଥିଲା। କୋଲକାତା ସହ ଉତ୍ତର ବଙ୍ଗ ଓ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭବ ହୋଇଛି। କୁଚବିହାର, ଦିନାଜପୁରରେ ମଧ୍ୟ ଝଟ୍‌କା ଲାଗିଛି। 
    ସେପଟେ ଶୁକ୍ରବାର ସକାଳେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଭୂମିକମ୍ପର ଗଭୀରତା ୧୩୫ କିଲୋମିଟର ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ରହିଥିଲା। ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook