Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜଧାନୀ ଦିଲ୍ଲୀରେ ଶକ୍ତିଶାଳୀ ଭୂମିକମ୍ପର ଝଟକା

    Share on :
    ajab-Image
    Date: Jul 10, 2025    Views: 2797

    ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶକ୍ତିଶାଳୀ ଭୂମିକମ୍ପର ଝଟକା । ଗୁରୁବାର ସକାଳ ସମୟ 9.04 ମିନିଟ ସମୟରେ ଦିଲ୍ଲୀର ଏନସିଆର ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଗାଜିଆବାଦ, ନୋଏଡା ଏବଂ ଦିଲ୍ଲୀ ଏନସିଆରର ବହୁ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା ।ପ୍ରାଥମିକ ସୂଚନା ଅନୁଯାୟୀ ଏହି ଭୂମିକମ୍ପ ପାଖାପାଖି 4ରୁ 5 ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା 4.4 ରହିଥିବାର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ନିଜର X ହ୍ୟାଣ୍ଡେଲ ମାଧ୍ୟମରେ ସୂଚନା ଦେଇଛି । ଭୂମିକମ୍ପର ଝଟକାରେ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଆସିଯାଇଥିଲେ । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ ।ଭୂମିକମ୍ପ ଉତ୍ପତ୍ତି ସ୍ଥଳ ହରିୟାଣାର ଝାଝର ବୋଲି ଜଣାପଡିଛି । ଭୂମି ଠାରୁ ଭୂକମ୍ପର ଉତ୍ପତ୍ତି ସ୍ଥଳ 10କିମି ଗଭୀରରେ ଅବସ୍ଥିତ । ତେବେ ବର୍ତ୍ତମାନ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ବର୍ଷା ଲାଗିରହିଛି । ବର୍ଷା ପରେ ଏପରି ଭୂମିକମ୍ପକୁ ନେଇ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।ରାଜଧାନୀରେ ସକାଳୁ ସକାଳୁ ଭୂମିକମ୍ପର ଝଟକା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କେହି କେହି ବ୍ୟକ୍ତି ଭୂମିକମ୍ପ ସମୟରେ ରେକର୍ଡ କରିଥିବା ଭିଡିଓ ସହିତ ନିଜର ଅନୁଭୂତି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ବର୍ଷା ସାଙ୍ଗକୁ ଭୂମିକମ୍ପକୁ ନେଇ ଚିନ୍ତିତ ଅଛନ୍ତି ସ୍ଥାନୀୟ ବାସିନ୍ଦା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook