Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇଣ୍ଡୋନେସିଆ ଭୂମିକମ୍ପରେ ୧୬୦ ଟପିଲାଣି ମୃତକଙ୍କ ସଂଖ୍ୟା

    Share on :
    ajab-Image
    Date: Nov 22, 2022    Views: 4105

    ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏବେବି ଜାରି ରହିଛି ଉଦ୍ଧାର କାର୍ୟ୍ୟ । ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୦ ଟପିଲାଣି । ଏବେବି ମାଟି ତଳେ ଆହୁରି ଅନେକ ଚାପି ହୋଇରହିଥିବା ଆଶଙ୍କା କରାଯାଉଥିବାବେଳେ ସମୟ ସହ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ପଶ୍ଚିମ ଜାଭା ଗଭର୍ଣ୍ଣର ରିଡୱାନ୍ କାମିଲ । ଏହି ବିପର୍ୟ୍ୟୟରେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସାଧିନ ରଖାଯାଇଛି ।

     ସରକାରୀ ସୂଚନା ମୁ୍ତାବକ, ଏବେଯାଏଁ ମୃତ୍ୟୁ ସଂଖ୍ୟ ୧୬୨ ବୋଲି ଜଣାପଡିଛି । ଏହା ଆହୁରି ବଢିପାରେ । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ଜଣାପଡିଛି । ଭୂମିକମ୍ପ ଯୋଗୁଁ ଅନେକ ଲୋକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଅପରେସନ୍ ଜାରି ରହିଛି ।
     ସୋମବାର ୫.୪ ତୀବ୍ରତାର ଭୂମିକମ୍ପରେ ଥରିଉଠିଥିଲା ଜାଭା ଦ୍ୱୀପ ସହ ଜାକର୍ତ୍ତା ସହର । ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର(ଋଗଝଉ)ର ସୂଚନା ଅନୁସାରେ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ସୂଚନା ମୁତାବକ, ଭୂମିକମ୍ପରେ ପ୍ରାୟ ୨୨୦୦ ଘର ଭାଙ୍ଗି ଯାଇଛି । ୫ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook