Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୪.୩ ରେକର୍ଡ

    Share on :
    ajab-Image
    Date: Sep 23, 2022    Views: 4003

    କାବୁଲ: ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ଆଫଗାନର ହିନ୍ଦୁ କୁଶ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଆଜି ଭୋର ୫ଟା ୨୨ ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

    ଭୂକମ୍ପର ଗଭୀରତା ୧୨୦ କିଲୋମିଟର ହୋଇଥିବା ବେଳେ ଏହାର ଅକ୍ଷାଂଶ ୩୬.୦୧ ରହିଛି । ସେହିପରି ଦ୍ରାଘିମା ୭୦.୭୧ ରହିଛି । ଏହାପୂର୍ବରୁ ଗତ ଅଗଷ୍ଟ ମାସରେ ଆଫଗାନର ଫାୟାଜାବାଦରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ ହୋଇଥିଲା । ଭୂକମ୍ପର ଗଭୀରତା ୧୫୦ କିଲୋମିଟର ହୋଇଥିବା ବେଳେ ଏହା ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବରୁ ୯୩ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ଯାହାର ଅକ୍ଷାଂଶ ୩୬.୩୮ ହୋଇଥିବାବେଳେ ଦ୍ରାଘିମା ୭୧.୦୯ ରହିଥିଲା । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook