Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା

    Share on :
    ajab-Image
    Date: Oct 17, 2026    Views: 2432

    ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଆଜି ମଣ୍ଡପରେ ମାଆଙ୍କ ମହା ସପ୍ତମୀ ପୂଜା। ପରମ୍ପରା ଅନୁଯାୟୀ, ଷଷ୍ଠୀରେ ମା’ଙ୍କର ବେଲବରଣୀ ପୂଜା କରାଯାଇଥାଏ। ଅର୍ଥାତ ବେଲ ଗଛ ନିକଟରେ ପୂଜା କରାଯାଇ ଘଟ ଆସି ମଣ୍ଡପରେ ରଖାଯାଇଥାଏ।  ବେଲ ଗଛରେ ମା’ ସରସ୍ୱତୀ, ମା’ କାଳୀ, ମା’ ଲକ୍ଷ୍ମୀ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। 

    ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ମାଆ ଦୁର୍ଗା ସୁସଜ୍ଜିତ ପୂଜା ମଣ୍ଡପରେ ବିଜେ କରିଛନ୍ତି। ଆଜି ମହାସପ୍ତମୀରେ ମାଆଙ୍କର ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପନ କରାଯିବ। ଆଜିଠୁ ମାଆଙ୍କର ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହେଉଥିବାରୁ ପୂଜା ମଣ୍ଡପ ଗୁଡିକରେ ଲାଗିଲାଣି ଗହଳିଚହଳି। ଟୁଇନସିଟିରେ ସୁଉଚ୍ଚ ତୋରଣ ଓ ଲାଇଟ୍ ରେ ଝଲସୁଛି ସହର ବଜାର।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook