Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିକ୍ଷାନୁଷ୍ଠାନରେ ନିଶାସେବନ କଲେ ବହିଷ୍କାର

    Share on :
    ajab-Image
    Date: Jun 2, 2023    Views: 3482

    ଭୁବନେଶ୍ୱର: ଶିକ୍ଷାନୁଷ୍ଠାନରେ ନିଶାସେବନ କରି ଏକାଧିକ ଥର ଧରାପଡ଼ିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏକାଧିକ ଥର ନିଶାସେବନ କରି ଧରାପଡ଼ିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ବହିଷ୍କାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ନିଶାଦ୍ରବ୍ୟ ବ୍ୟବହାର ନ କରିବା ସମ୍ପର୍କରେ ଶିକ୍ଷା ଦେବାକୁ ସେ ପରାମର୍ଶ ଦେଇଛନ୍ତି 

    ରାଜ୍ୟରେ ବେଆଇନ ନିଶାଦ୍ରବ୍ୟ କାରବାର ଓ ଚୋରାଚାଲଣ ରୋକାଯିବା ନେଇ ତୃତୀୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉଭୟ ନିଶା କାରବାର କରୁଥିବା ବ୍ୟକ୍ତି ଓ ନିଶା ସେବନକାରୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ନିଶାଦ୍ରବ୍ୟ ଓ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଥିବା ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସଂପର୍କୀତ ଆଇନକୁ କଡ଼ାକଡ଼ି ପାଳନ ନେଇ ବୈଠକରେ ଆଲୋଚନା ହୋଇଥିଲା ।
    ନିର୍ଦ୍ଦିଷ୍ଟ ଜିଲ୍ଲା ଭିତ୍ତିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋର ଉପ ମହାନିର୍ଦ୍ଦେଶିକା ମୋନିକା କେ. ବାତ୍ରା ଯୋଗ ଦେଇ ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ ଦେଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook