Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପାଣି ପିଅନ୍ତୁ, ରକ୍ତକୁ ସଫା କରନ୍ତୁ

    Share on :
    ajab-Image
    Date: Sep 18, 2023    Views: 2890

    ମଣିଷ ଶରୀରରେ ଯଦି ସାମାନ୍ୟ ଅସନ୍ତୁଳନ ଦେଖାଦିଏ, ତେବେ ସେ ଅସୁସ୍ଥ ହୋଇପଡେ । ସେଥିପାଇଁ ସବୁବେଳେ ନିଜକୁ ସୁସ୍ଥ ରଖିବା ପାଇଁ ଶରୀରକୁ ସନ୍ତୁଳିତ ରଖିବା ଖୁବ୍‌ ଜରୁରି । ପାଣି ପିଅନ୍ତୁ ଅତ୍ୟଧିକ ପାଣି ପିଇବା ଦ୍ୱାରା ରକ୍ତ ସନ୍ତୁଳିତ ରହିଥାଏ । ରକ୍ତ ସଞ୍ଚାଳନ ବଢିଥାଏ । ଆଉ ରକ୍ତର କୋଷିକାଗୁଡିକ ସୂଚାରୁ ରୂପେ କାମ କରିବାରେ ସକ୍ଷମ ହୋଇଥାନ୍ତି ।

    ବ୍ରୋକୋଲୀ ଓ ବନ୍ଧା କୋବି - ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍‌-ସି'ରେ ଭରା ଏସବୁ ପରିବାକୁ ଖାଦ୍ୟରେ ସାମିଲ୍‌ କରନ୍ତୁ । ଏସବୁ ଖାଇବା ଦ୍ୱାରା ରକ୍ତ କୋଷିକାଗୁଡିକ ନଷ୍ଟ ହୋଇ ନଥାଏ ।
    ଏଥିରେ ଫାଇଟୋନ୍ୟୁଟ୍ରିଏଣ୍ଟ ମିଳିଥାଏ । ଫଳରେ ରକ୍ତର ଶିରଗୁଡିକରେ ହେଉଥିବା ଯନ୍ତ୍ରଣା କମ୍‌ ରହିଥାଏ ।

    ବେରୀ - ଏଥିରେ ଏଥୋସାୟନିନ୍ସ ତତ୍ତ୍ୱ ରହିଥାଏ, ଯାହା ଧମନୀକୁ ସୁସ୍ଥ ରଖିଥାଏ । ଏହାକୁ ଖାଦ୍ୟରେ ସାମିଲ୍‌ କରିବା ଦ୍ୱାରା ରକ୍ତ ସଞ୍ଚାଳନ ହେଉଥିବା ଶିରଗୁଡିକ ନମନୀୟ ହୋଇଥାଏ । ଆଉ ରକ୍ତ ସଞ୍ଚାଳନ ଉପଯୁକ୍ତ ହୋଇଥାଏ । ଫ୍ୟାଟି ଫିସ୍‌ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ କମ୍‌ ରହିବା ସହ ରକ୍ତର ଚାପ ମଧ୍ୟ ନିୟନ୍ତ୍ରିତ ରହିଥାଏ । ଫ୍ୟାଟି ଏସିଡ୍‌ ରକ୍ତରେ ଟ୍ରାଇଗ୍ଲିସରାଇଡ୍‌ ମାତ୍ରାକୁ କମାଇଥାଏ । 

    କ୍ରାନ୍‌ବେରୀ ଜୁସ୍‌ - ଏହା ରକ୍ତ ପ୍ରବାହିତ ହେଉଥିବା ଶିରକୁ ପ୍ରଶସ୍ତ କରିବା ସହ ରକ୍ତ ପ୍ରବାହକୁ ବଢାଇଥାଏ, ଯାହା ରକ୍ତର ଚାପକୁ କମାଇଥାଏ । ଏହାଦ୍ୱାରା ରକ୍ତ ସୁସ୍ଥ ରହିଥାଏ। ସେଓରେ ବହୁ ମାତ୍ରାରେ ସାଲ୍ୟୁବଲ ଫାଇବର ରହିଥାଏ, ଯାହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ ରଖିଥାଏ । ସେଓ ଖାଇବା ଦ୍ୱାରା କୋଲେଷ୍ଟେରଲ୍‌ ମାତ୍ରା କମିଥାଏ । ଧମନୀର ଭିତର ପାଖରେ ପ୍ଲାକ୍‌ ଓ ଜ୍ୱଳନ କମ୍‌ ରହିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook