ମୁଖ୍ୟ ଖବର
ଗୁରୁଗ୍ରାମ : ନୂଆବର୍ଷକୁ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଗୁରୁଗ୍ରାମ ପୁଲିସ ସ୍ବତନ୍ତ୍ର ଟ୍ରାଫିକ ନିର୍ଦ୍ଦେଶନାମା ଜାରି କରିଛି। ପୁଲିସ ସ୍ପଷ୍ଟ କରିଛି ଯେ ମଦ୍ୟପାନ କରି ଗାଡ଼ି ଚଳାଇବା ସମୟରେ ଧରାପଡ଼ିଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତି ମାମଲାରେ ୧୦ ହଜାର ଟଙ୍କା ଜୋରିମାନା ସହ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ନିଲମ୍ବନ କରାଯିବ। ଗୁରୁଗ୍ରାମ ପୁଲିସ ସୂଚନା ଅନୁସାରେ ନୂଆ ବର୍ଷ ରାତିରେ ସହରରେ ଗାଡ଼ିର ଯାତାୟାତ ବଢ଼ିଯିବ। ଏହାକୁ ନଜରରେ ରଖି ଯାତାୟାତ ବ୍ୟବସ୍ଥାକୁ ମଜଭୁତ କରାଯାଇଛି। ଯାତ୍ରୀ ଏବଂ ଗାଡ଼ି ଚାଳକଙ୍କୁ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ହିଁ ଗାଡ଼ି ରଖିବା ପାଇଁ ଆବେଦନ କରାଯାଇଛି । ମଦ୍ୟପ ଚାଳକଙ୍କୁ ସାବାଡ କରିବା ପାଇଁ ଅନେକ ସ୍ଥାନରେ ଚେକିଂ ପଏଣ୍ଟ ପ୍ରସ୍ତୁତ କରାଯିବ। ଟ୍ରାଫିକ ପୁଲିସ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହିବା ସହ ଆବଶ୍ୟକ ପଡ଼ିଲେ ଯାତ୍ରୀଙ୍କୁ ସାହାଯ୍ୟ କରିବେ।
Comments ସମସ୍ତ ମତାମତ