Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏବେ ନିଜ ସ୍ୱପ୍ନ ସାକାର ହେବ ନିଜ ହାତ ପାହାନ୍ତାରେ

    Share on :
    ajab-Image
    Date: Oct 7, 2022    Views: 2393

    ଭୁବନେଶ୍ୱର: ସ୍ୱପ୍ନ ଦେଖିବା ଖରାପ କଥା ନୁହେଁ । ହେଲେ ସ୍ୱପ୍ନକୁ ସାକାର କରିବା ବଡ଼ କଥା । ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ହେବ ସେ ସମ୍ପର୍କରେ କିଛି ନିଶ୍ଚୟ ଜାଣନ୍ତୁ ଯାହା ଆପଣଙ୍କୁ ସାହାଯ୍ୟ କରିବ । ଜୀବନରେ ସଫଳତା ପାଇବା ପାଇଁ ଆପଣଙ୍କ ଲକ୍ଷ୍ୟ ପୁରଣ କରନ୍ତୁ । ଅଧିକାଂଶ ସମୟରେ ଲୋକେ ସ୍ୱପ୍ନ ତ ଦେଖନ୍ତି,ହେଲେ ଏହାକୁ ପୁରଣ କରିବା ପାଇଁ କାର୍ଯ୍ୟ କରନ୍ତି ନାହିଁ । ଯଦି ଆପଣ ଜୀବନରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି,କିଛି ଏପରି ଟିପ୍ସ ଆପଣାନ୍ତୁ,ଯାହାକୁ ଫଲୋ କରି ଆପଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ।

    ଆପଣ ଯାହା ହାସଲ କରିବାକୁ ଚାହୁଁଛନ୍ତି ତାକୁ ଲେଖନ୍ତୁ

    ଜୀବନରେ କ’ଣ ଚାହୁଁଛନ୍ତି ଏହା ତ ସବୁ ଲୋକଙ୍କୁ ଜଣାଥାଏ,ହେଲେ ଯଦି ଆପଣ ଏହାକୁ ଏକ ପେପର ଉପରେ ଲେଖି ଦିଅନ୍ତି,ତେବେ ଏହାକୁ ପୁରା କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ଲକ୍ଷ୍ୟକୁ କେବଳ ମନ ଭିତରେ ରଖିଲେ, ଧିରେ ଧିରେ ସେଥିପ୍ରତି ଆମର ଇଚ୍ଛା ଶେଷ ହୋଇଯାଇଥାଏ । ଆମେ ଏହାକୁ ପୁରା କରିବା ପାଇଁ ପ୍ରେରଣା ଅନୁଭବ କରିନଥାଉ । ଯେବେ ଆପଣ ନିଜ ଲକ୍ଷ୍ୟକୁ କେଉଁଠାରେ ଲେଖିଦେବେ ତେବେ ଆପଣଙ୍କୁ ବହୁତ ପ୍ରେରଣା ମିଳିବ ।

    ଆପଣଙ୍କ ସ୍ୱପ୍ନକୁ ସାକାର ହେଉଥିବା ଦେଖନ୍ତୁ

    ଯେଉଁ କଥାକୁ ହାସଲ କରିବାକୁ ଚାହୁଁଛନ୍ତି ତାର କଳ୍ପନା ଆପଣ ସର୍ବଦା କରିବା କଥା । ଫଳରେ ଆପଣଙ୍କ ସ୍ୱପ୍ନ ପୁରଣ କରିବାର ଅନୁଭବ ହେବ । ଆପଣ ଏହି କଥାକୁ ମଧ୍ୟ ଲେଖିପାରିବେ । ଫଳରେ ଆପଣ ଏହି ଦଗରେ କାମ କରିବେ ।

    ନିଜ ସ୍ୱପ୍ନକୁ ସେୟାର କରନ୍ତୁ

    ଆମେ ଯେ କେହିକୁ ଆମର ସ୍ୱପ୍ନ ସମ୍ପର୍କରେ କହିବା କଥା ନୁହେଁ । ହେଲେ ଆପଣ ଏପରି ଲୋକଙ୍କ ସହ ଆପଣଙ୍କ ସ୍ୱପ୍ନକୁ ସେୟାର କରନ୍ତୁ, ଯିଏ ଆପଣଙ୍କୁ ମୋଟିଭେଟ କରିପାରିବେ । ଆପଣ ପରିବାର ବା ଅତି ନିକଟତର ଶୁଭାକାଂକ୍ଷୀଙ୍କ ସହ ନିଜ ସ୍ୱପ୍ନକୁ ସେୟାର କରିପାରିବେ ।

    ନିଜର ପ୍ରୋଗ୍ରେସ ଟ୍ରାକ କରନ୍ତୁ

    ଆପଣ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାକୁ ପୁରା କରିବା ପାଇଁ ଚାହୁଁଥିଲେ ଏଥିପାଇଁ ଆପଣ ସବୁଦିନ ପରିଶ୍ରମ କରିବା ଆବଶ୍ୟକ । କୌଣସି ବି ସ୍ୱପ୍ନ ଗୋଟିଏ ଦିନରେ ପୁରଣ ହୋଇନଥାଏ । ତେଣୁ ସର୍ବଦା ଆପଣ ପ୍ରୋଗ୍ରେସ ଟ୍ରାକ୍‌ କରନ୍ତୁ । ଦେଖିବେ ଆପଣ ଧିରେ ଧିରେ ନିଜର ସ୍ୱପ୍ନ ଆଡକୁ ଅଗ୍ରସର ହେଉଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook