Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଦର୍ଶକଙ୍କୁ ଥିଏଟର୍‌ ଆଣି ପାରିଲାନି ଡ୍ରିମ୍‌ ଗଲ୍‌ -୨

    Share on :
    ajab-Image
    Date: Aug 29, 2023    Views: 2996

    ଭୁବନେଶ୍ୱର : ଆୟୁଷ୍ମାନ ଖୁରାନା ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ‘ଡ୍ରିମ୍‌ ଗଲ୍‌-୨’ ପ୍ରଥମରୁ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରଥମ ସୋମବାରରେ ଫିଲ୍ମର କଲେକ୍ସନ ବହୁତ କମ୍‌ ହୋଇଛି । ‘ଡ୍ରିମ୍‌ ଗଲ୍‌-୨’ର ଆରମ୍ଭ ବକ୍ସ ଅଫିସ୍‌ରେ ଭଲ ହୋଇଥିଲା । ଏହା ପ୍ରଥମରୁ ହିଁ ୪୦ କୋଟିର ବିଜନେସ୍‌ କରିଥିଲା । କିନ୍ତୁ ଗତ ସୋମବାରରେ ଏହି ଫିଲ୍ମର କଲେକ୍ସନ ବହୁତ କମ୍‌ ହୋଇଥିଲା । ପ୍ୱର୍ବରୁ ଆୟୁଷ୍ମାନଙ୍କ ନିର୍ମିିତ ଡ୍ରିମ୍‌ ଗଲ୍‌ ଦର୍ଶକଙ୍କୁ ବେଶ୍‌ ହସାଇବା ସହିତ ଆୟୁଷ୍ମାନଙ୍କ ‘ପ୍ୱଜା’ ନାମ୍ନୀ ଫିମେଲ୍‌ ଅବତାର ଦର୍ଶକଙ୍କ ମନ ଜିତିଥିଲା । କିନ୍ତୁ ଏବେ ଲାଗୁଛି ଏହାର ଦ୍ୱିତୀୟ ଭାଗରେ ‘ପ୍ୱଜା’ ଦର୍ଶକଙ୍କୁ ଆକର୍ଷିତ କରି ପାରିବ ନାହିଁ । ଏହା ସହ ଶାହରୁଖଙ୍କ ‘ଜବାନ୍‌’ ରିଲିଜ ହେବା ଆଗରୁ ରେର୍କଡ ସୃଷ୍ଟି କରୁଛି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିଲାଣି । ରବିବାର ପର୍ଯ୍ୟନ୍ତ ଦର୍ଶକ ‘ଡ୍ରିମ୍‌ ଗଲ୍‌-୨’ କୁ ନେଇ ବେଶ୍‌ ଉତ୍ସାହିତ ଥିଲେ । ରୋମାଂଟିକ ଓ ପ୍ରେମକାହାଣୀ ଭିତ୍ତିକ ଏହି ଫିଲ୍ମ ଦର୍ଶକଙ୍କୁ ଖୁବ୍‌ ହସାଇଥିଲା । ଆୟୁଷ୍ମାନଙ୍କ ଭଲ ଫିଲ୍ମ ମଧ୍ୟରୁ ଏହା ଅନ୍ୟତମ ।  

    Maximum 500 characters

    ସିନେମା View all

    Find Us on Facebook