Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଡ୍ରାଗନ ଦୋଳି ଛିଡି ପଡିବାରୁ ୪ ଗୁରୁତର

    Share on :
    ajab-Image
    Date: Apr 6, 2026    Views: 2790

    ତାଳଚେର: ପ୍ରସିଦ୍ଧ ହିଙ୍ଗଳାଯାତ୍ରାରେ ରବିବାର ଏକ ବଡଧରଣର ଅଘଟଣ ଘଟିଛି। ଯାତ୍ରାରେ ପଡିଥିବା ଏକ ଡ୍ରାଗନ ଦୋଳି ଛିଡି ପଡିବାରୁ ୪ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ପବିତ୍ର ମୋହନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩ଜଣ ମହିଳା ଥିବା ଜଣାପଡିଛି। ଦୋଳି ଛିଡି ପଡିବା ପରେ ମେଳା ପଡିଆରେ ଆତଙ୍କ ଖେଳିଯାଇଥିଲା। ଶହଶହ ଦର୍ଶକ ପଡିଆରେ ଦୌଡିବାକୁ ଲାଗିଥିଲେ। ଫଳରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା। ମାତ୍ର ସୁରକ୍ଷାକର୍ମୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରିଥିଲେ।

    ପ୍ରକାଶ ‌େ‌ଯ, ତାଳଚେରର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଚାଲିଛି। ଏହି ଯାତ୍ରାରେ ପ୍ରତିଦିନ ସକାଳୁ ରାତି ପର୍ୟ୍ୟନ୍ତ ଲକ୍ଷାଧିକ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଛି। ଯାତ୍ରାରେ ମୀନାବଜାର ସହିତ ଏକାଧିକ ଦୋଳି ପଡିଛି। ଆଜି ଅପରାହ୍ଣରେ ଏକ ଡ୍ରାଗନ ଦୋଳିରେ ୨୦ରୁ ଊର୍ଦ୍ଧ୍ବ ଦର୍ଶକ ବସିଥିଲେ। ଡ୍ରାଗନଟି ଚାଲୁଥିବାବେଳେ ହଠାତ ୧୦ଫୁଟ ତଳକୁ ଗଳିପଡିଥିଲା। ଦୋଳିରେ ବସିଥିବା ସମସ୍ତ ଦର୍ଶକ ତଳକୁ ଖସି ପଡିଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି। ଅବସ୍ଥା ଗୁରୁତର ସତ୍ତ୍ବେ ସ୍ଥିରଥିବା ଜଣାପଡିଛି। ଏହି ଅଘଟଣ ପରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଦୋଳି ଉପରେ କଟକଣା ସହ ତାହାକୁ ଚଳାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook