Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଏଠି କ୍ଷୀର ଲିଟର ପିଛା ୧୦ ହଜାର

    Share on :
    ajab-Image
    Date: Aug 11, 2021    Views: 3034


    ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କଥାଟି ସତ । ଏଭଳି ଅଦ୍ଭୁତ ଘଟଣା ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି । କିଛି ଦିନ ହେବ ମହାରାଷ୍ଟ୍ରର ଓସ୍ମାନାବାଦ୍ ଜିଲ୍ଲାରେ ଗଧ କ୍ଷୀର ଲିଟର ପିଛା ୧୦ ହଜାର ଟଙ୍କା ବିକ୍ରି କରାଯାଉଛି । ଗଧ କ୍ଷୀରରେ ଭରପୁର ପୋଷକତତ୍ତ୍ୱ ରହିଛି ଓ ଏହା ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ତେଣୁ ଗଧ କ୍ଷୀର ମହଙ୍ଗା ହୋଇଥାଏ କିନ୍ତୁ ଗତ କିଛି ଦିନ ହେବ ଏହାର ମୂଲ୍ୟ ଢେର ଅଧିକ ବଢିଯାଇଛି । ଏହାକୁ ନେବା ପାଇଁ ଲୋକଙ୍କ ଲାଇନ ଲାଗୁଛି । ଏହି ଜିଲ୍ଲାର ଉମରଗା ତହସିଲରେ ମାଇକ୍ ଲଗାଇ ଏହି କ୍ଷୀରକୁ ବକ୍ରି କରାଯାଏ । ଏଠାରେ ବ୍ୟବସାୟ କରୁଥିବା ପରିବାର ଅନ୍ୟ ଏକ ଜିଲ୍ଲାରୁ ଓସ୍ମାନବାଦ୍କୁ ଆସି କ୍ଷୀର ବ୍ୟବସାୟ କରି ଲାଭବାନ ହୋଇଥାନ୍ତି । ଏହା ସେମାନଙ୍କ ବଂଶଗତ ବ୍ୟବସାୟ ବୋଲି ସେମାନେ କହିଛନ୍ତି । ଏହା ସହିତ ସେମାନେ ବିଭିନ୍ନ ରାଜ୍ୟକୁ ରାଜ୍ୟ ବୁଲି ବୁଲି ମଧ୍ୟ ଏହି କ୍ଷୀର ବ୍ୟବସାୟ କରିଥାନ୍ତି ।    

    Maximum 500 characters

    ଅଜବ View all

    Find Us on Facebook