Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲାର ତୁଳନାରେ ୯୦କୁ ଖସିଲା ଟଙ୍କା

    Share on :
    ajab-Image
    Date: Dec 3, 2025    Views: 2346

    ନୂଆଦିଲ୍ଲୀ : ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା ।

    ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ୯୦.୩୦ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି । ଆଜି ଖସିଥିବା ଟଙ୍କାର ମୂଲ୍ୟ ପୂର୍ବ ସର୍ବନିମ୍ନ ୮୯.୯୪ ରେକର୍ଡ଼କୁ ଭାଙ୍ଗିଛି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ସହିତ ଦୁର୍ବଳ ବାଣିଜ୍ୟ ଏବଂ ପୋର୍ଟଫୋଲିଓ ପ୍ରବାହ ମଧ୍ୟରେ ଟଙ୍କାର ହ୍ରାସ ଘଟିଛି ।
    ନୂଆ ସପ୍ତାହ ଆରମ୍ଭ ହେବା ପରଠାରୁ ସର୍ବନିମ୍ନ ସ୍ତରରେ ଟଙ୍କା ଖସିଛି । ଗତ ମଙ୍ଗଳବାର ଦିନ, ଟଙ୍କା ସୋମବାର ସ୍ତରଠାରୁ ଆହୁରି ନିମ୍ନ ସ୍ତରକୁ ଯାଇ ଆମେରିକୀୟ ଡଲାର ତୁଳନାରେ ୪୨ପଇସା ହ୍ରାସ ପାଇ ୮୯.୯୫ରେ ପହଞ୍ଚି ଥିଲା । ଏବର୍ଷ ଟଙ୍କା ପୂର୍ବରୁ ମଧ୍ୟ ୪% ରୁ ଅଧିକ ହ୍ରାସ ପାଇଥିଲା । କେବଳ ନଭେମ୍ବର ମାସରେ ଟଙ୍କାର ମୂଲ୍ୟ ୦.୮% ହ୍ରାସ ପାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook