Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ୱରାଜକୁ କାର୍ଯ୍ୟକାରୀ କରିବାରେ ଦୋଳଗୋବିନ୍ଦ ଥିଲେ ଅଗ୍ରଣୀ ନେତା’

    Share on :
    ajab-Image
    Date: Sep 17, 2020    Views: 5825

    ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଛି  । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା  । ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଆର୍ଯ୍ୟ ଭବନ ଠାରେ ବୈଦିକ ଶାନ୍ତି ଯଜ୍ଞ କରାଯିବା ସହ ବୁଦ୍ଧ ମନ୍ଦିର ଠାରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା  । ସାମୂହିକ ଦୀପଦାନ କାର୍ଯ୍ୟକ୍ରମକୁ ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ଉଦ୍ଘାଟନ କରିଥିଲେ  । କୋଳଥିଆ ସ୍ମୃତିବନ ଠାରେ ବିଶିଷ୍ଟ ସମାଜସେବୀ ସୀତାବଲ୍ଲଭ ମହାପାତ୍ର ଓ ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର ବୃକ୍ଷ ପୂଜା କରିଥିଲେ  । ସ୍ୱର୍ଗତଃ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ପ୍ରତିଷ୍ଠାନ ପକ୍ଷରୁ ସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜୁମ୍ ଭିଡିଓ ଯୋଗେ ଅନୁଷ୍ଠିତ ହୋଇଥିଲା  । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସନ୍ଥ ବାବା ବଳିଆ କହିଲେ ଯେ ଛାତ୍ର ଜୀବନରୁ ବାନର ସେନାରେ ଯୋଗଦେଇ ସେ ବି୍ରଟିଶ ସରକାର ଦ୍ୱାରା ବନ୍ଦୀ ହେଲେ  । ଜେଲ୍ରେ ରହିବା ସମୟରେ ସେ ବହୁତ କିଛି ଶିକ୍ଷା କଲେ, ଯାହାକୁ ସେ ତାଙ୍କ ଜୀବନକାଳରେ ପ୍ରୟୋଗ କରି ନିରୋଗୀ ଜୀବନଯାପନ କରିପାରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ ଆନେ୍ଦାଳନକୁ ସେ ନିଜ ଅଂଚଳରେ ଠିକଣା ଭାବେ ପ୍ରୟୋଗ କରିଥିଲେ ବୋଲି କହିଥିଲେ  । ମା'ଘରର ସଭାନେତ୍ରୀ ଋତୁପୂର୍ଣ୍ଣା ମହାନ୍ତି, ଉକ୍ରଳ ମେଲ୍ର ମୁଖ୍ୟ ସଂପାଦକ ପୀତବାସ ମିଶ୍ର ଉପସ୍ଥିତ ଥିଲେ  । ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ଡଃ ବଦି୍ରନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସ୍ୱର୍ଗତଃ ପ୍ରଧାନଙ୍କ ପୁତ୍ର ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ  । ପୂର୍ବତନ ଅଧ୍ୟକ୍ଷ ଡଃ ଆର୍ତତ୍ରାଣ ମିଶ୍ର ଭଜନ ଗାଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଇଂ. ବିବେକାନନ୍ଦ ପାତ୍ର, ବାସ୍ତୁବିତ୍ ଡଃ ମନୋଜ ଲେଙ୍କା, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ ଓ ଡଃ ରଶ୍ମି ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  । କାର୍ଯ୍ୟକ୍ରମକୁ ଦେବରାଜ ପ୍ରଧାନ, ପୃଥ୍ୱୀରାଜ ପ୍ରଧାନ ଓ ପ୍ରଜ୍ଞାରାଜ ପ୍ରଧାନ ପରିଚାଳନା କରିଥିଲେ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook