Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ

    Share on :
    ajab-Image
    Date: Sep 18, 2025    Views: 2736

    ଆଜିଠୁ ଆରମ୍ଭ ହୋଇଛି ବୁଲା କୁକୁରଙ୍କ ଗଣନା । ଏନେଇ  ବିଏମସି କମିସନର ଚଞ୍ଚଲ ରାଣା କହିଛନ୍ତି ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ ରହିଛି । କୁକୁର ମାନେ ଚଲା ବୁଲା କରି ରାତିରେ ନିଜ ବାସସ୍ଥଳୀକୁ ଫେରନ୍ତି । ସକାଳ ୭ଟା ପରେ ନିଜ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଆନ୍ତି । ତେଣୁ ଆମେ ୫ ଟାରୁ ୭ଟା ପର୍ଯ୍ୟନ୍ତ ଗଣନା ସମୟ ନିର୍ଦ୍ଧାରିତ କରିଛୁ। ପ୍ରତ୍ୟେକ ସାହି ଓ ୱାର୍ଡରେ ୫ଟି ସଦସ୍ୟକୁ ନେଇ ଗୋଟିଏ ଲେଖାଏଁ ଟିମ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ୪ ଦିନରେ ବୁଲା କୁକୁର ଗଣନା କରିବା ସହ ବୁଲି ଦେଖିବେ ବୋଲି କହିଛନ୍ତି ଚଞ୍ଚଲ ରାଣା ।  

    ସେ ଆହୁରି ମଧ୍ୟ କହିଛନ୍ତି  ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଏକ ଟିମ ବୁଲା କୁକୁର ସଂଖ୍ୟାର ବ୍ୟବଧାନ ଯାଞ୍ଚ କରିବେ । ଭୁବନେଶ୍ୱରରେ ଗଳିକନ୍ଦି ସହ ପ୍ରମୁଖ ରାସ୍ତା ମିଶାଇ ୩୫୦୦ ରୁ ୪୦୦୦ କିଲୋମିଟର ଅଞ୍ଚଳ ରହିଛି । ଆମର ମାନବ ସମ୍ବଳ ଥିବାରୁ ଆମେ AI ଟେକ୍ନୋଲୋଜି ବ୍ୟବହାର କରୁନାହୁଁ । ସ୍କୁଲ, ଆପର୍ଟମେଣ୍ଟ, ହାଟ, ବଜାର ଏବଂ ଗାଡି ତଳେ କୁକୁର ମାନେ ଶୋଇ ରହୁଛନ୍ତି ତାକୁ ଆମେ ନଜରରେ ରଖି ଗଣନା କରୁଛୁ । ଭେଟନାରୀ ଡାକ୍ତରଙ୍କ ତତ୍ତ୍ୱବଧାନରେ ବୁଲା କୁକୁରଙ୍କ ଗଣତି ଚାଲିଛି ବୋଲି ସୂଚନା ଦେଇଛନ୍ତି ଚଞ୍ଚଲ ରାଣା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook