Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମଶା କାମୁଡିବା ପରେ କରନ୍ତୁ ଏହି କାମ

    Share on :
    ajab-Image
    Date: Nov 25, 2023    Views: 5465

    ବର୍ଷା ହେଉ ଅଥବା ଖରା କିମ୍ବା ଶୀତ ଦିନ। ସବୁ ସମୟରେ ମଶା କାମୁଡିଥାଏ। ତେବେ ମଶା କାମୁଡିବା ପରେ କୁଣ୍ଡାଇ ହୋଇ ଲାଲ ଦାଗ ମଧ୍ୟ ହୋଇଥାଏ। ଜାଣନ୍ତୁ ମଶା କାମୁଡିବା ପରେ କ’ଣ କରିବେ..
    ମଶା କାମୁଡିବା ପରେ ଲାଲ ଦାଗ ହୋଇ କୁଣ୍ଡାଇ ହେଉଥିଲେ ବରଫ ଲଗାନ୍ତୁ।
    ତୁଳସୀ ପତ୍ର ପେଷିବା ପରେ ଏହାକୁ ମଶା କାମୁଡିଥିବା ସ୍ଥାନରେ ଲଗାନ୍ତୁ। ଖୁବ ଆରାମ ମିଳିଥାଏ।
    ଲାଲ ଦାଗ ହୋଇ ଯାଇଥିଲେ ସେହି ସ୍ଥାନରେ ରସୁଣ ଲଗାନ୍ତୁ।
    ଏଲୋବେରା ଜେଲ ଲଗାନ୍ତୁ। ଏହାଦ୍ୱାରା କୁଣ୍ଡାଇ ହେବା କମ ହେବା ସହ ଆରାମ ଅନୁଭବ ହୋଇଥାଏ।
    ମହୁ ଲଗାଇବା ଦ୍ୱାରା କୁଣ୍ଡାଇ ହେବା ଦୂର ହେବା ସହ ଲାଲ ଦାଗ ମଧ୍ୟ ହୋଇନଥାଏ।
    ନିମ ତେଲ ଲଗାଇବା ଦ୍ୱାରା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ।
    ମଶା କାମୁଡିବା ସ୍ଥାନରେ ଲେମ୍ବୁ ରସ ଲଗାନ୍ତୁ। ଏହା ଦ୍ୱାରା ମଧ୍ୟ କୁଣ୍ଡାଇ ହେବା କମ ହେବା ସହ ଲାଲ ଦାଗ ଦୂର ହୋଇଥାଏ।
    ଏହି ସମସ୍ତ ଜିନିଷକୁ ବାହାରକୁ ଯିବା ପୂର୍ବରୁ ମଧ୍ୟ ବ୍ୟବହାର କରି ପାରିବେ। ଏହା ଦ୍ୱାରା ମଶା କାମୁଡିବା ସମ୍ଭାବନା ଖୁବ କମ ଥାଏ।

    Maximum 500 characters

    ବିଶେଷ View all

    Find Us on Facebook