Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମାଛ ଖାଇବା ପରେ ପିଅନ୍ତୁ ନାହିଁ କ୍ଷୀର

    Share on :
    ajab-Image
    Date: Dec 19, 2023    Views: 2478

    କ୍ଷୀର ପିଇବା ପୂର୍ବରୁ ଏମିତି କିଛି ଖାଦ୍ୟ ପାନୀୟ ରହିଛି, ଯାହାକୁ ସେବନ କଲେ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ସମୟ ସମୟରେ ପ୍ରତିକ୍ରିୟା ସୃଷ୍ଟି ଏହା ଶରୀର ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ –

    ଲୁଣ: ଲୁଣ ଖାଇବା ପରେ କ୍ଷୀର ଆଦୌ ପିଇବା ଉଚିତ୍‌ ନୁହେଁ। ଏହା ଶରୀର ପ୍ରତି ହାନିକାରକ।
    ବିରି: କ୍ଷୀର ପିଇବା ପୂର୍ବରୁ ବିରି ଡାଲି କିମ୍ବା ବିରିରେ ତିଆରି କୌଣସି ଖାଦ୍ୟ ଖାଇବା ଅନୁଚିତ। କାରଣ ଏହାକୁ ଖାଇଲେ ବିଭିନ୍ନ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ।

    ଖଟାଫଳ: ସାଇଟ୍ରିକ୍‌ ଏସିଡ୍‌ ଯୁକ୍ତ ଖଟା ଫଳ ଖାଇବା ପରେ କ୍ଷୀର ପିଇବା ହାନିକାରକ।

    ଆମିଷ: ଆମିଷ ଖାଦ୍ୟ ଖାଇ କ୍ଷୀର ପିଇବା ଅନୁଚିତ। ବିଶେଷକରି ମାଛ ଖାଇ କ୍ଷୀର ଆଦୌ ପିଇବା ଉଚିତ୍‌ ନୁହେଁ। ଏହା ଦ୍ୱାରା ପାଚନକ୍ରିୟା ପ୍ରଭାବିତ ହୋଇଥାଏ। ଅନ୍ତତଃ ମାଛ ଖାଇବାର ଦୁଇ ଘଣ୍ଟା ପରେ କ୍ଷୀର ପିଇବା ଉଚିତ୍‌।

    Maximum 500 characters

    ବିଶେଷ View all

    Find Us on Facebook