Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡିଏମ୍‌କେ, ଏଆଇଏଡିଏମ୍‌କେ ମେଣ୍ଟ ଚର୍ଚ୍ଚା

    Share on :
    ajab-Image
    Date: May 7, 2026    Views: 2890

    ଚେନ୍ନଇ: ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ଅନିଶ୍ଚିତତା ମଧ୍ୟରେ ରହିଥିବାବେଳେ ଦୁଇ ବିରୋଧୀ ଡିଏମ୍‌କେ ଓ ଏଆଇଏଡିଏମ୍‌କେ ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି କି ଡିଏମ୍‌କେ ଓ ଏଆଇଏଡିଏମକେ ମିଶି ସରକାର ଗଠନ କରିବାକୁ ଆଲୋଚନା ଆରମ୍ଭ କରିଥିବା ନେଇ କେତେକ ଅସମର୍ଥିତ ସୂତ୍ରରୁ ଜଣାଯାଇଛି। ତେବେ ଏ ସମ୍ପର୍କରେ ଦୁଇ ଦଳ ପକ୍ଷରୁ କିଛି ବିଧିବଦ୍ଧ ପ୍ରତିକ୍ରିୟା ଦିଆଯାଇ ନାହିଁ। ସୁପରଷ୍ଟାର ବିଜୟଙ୍କ ନୂତନ ଦଳ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ) ୧୦୮ଟି ଆସନ ଜିତି ସର୍ବବୃହତ୍‌ ଦଳ ଭାବେ ଉଭା ହୋଇଛି। ଏହା ଡିଏମକେ ଏବଂ ଏଆଇଏଡିଏମକେର ପାରମ୍ପରିକ ଦ୍ୱିମୁଖୀ ଶାସନକୁ ଶକ୍ତ ଧକ୍କା ଦେଇଛି। ଦୀର୍ଘ ଦିନର ସାଥୀ କଂଗ୍ରେସ ଏବେ ଡିଏମକେ ସହ ସମ୍ପର୍କ ଛିନ୍ନ କରି ବିଜୟଙ୍କ ଟିଭିକେକୁ ସରକାର ଗଢ଼ିବା ପାଇଁ ସମର୍ଥନ ଜଣାଇଛି। ଏହାକୁ ଡିଏମକେ ନେତାମାନେ ବିଶ୍ୱାସଘାତକତା ବୋଲି କହିଛନ୍ତି। ଟିଭିକେର ବଢ଼ୁଥିବା ପ୍ରଭାବ ଉଭୟ ଦ୍ରାବିଡ଼ ଦଳ (ଡିଏମ୍‌କେ ଓ ଏଆଇଏଡିଏମକେ) ପାଇଁ ଅସ୍ତିତ୍ୱର ସଙ୍କଟ ସୃଷ୍ଟି କରିଛି। ତେଣୁ ବିଜୟଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଉଭୟ ଦଳ ହାତ ମିଳାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଡିଏମକେ ପାଖରେ ୫୯ଟି ଆସନ ଥିବାବେଳେ ଏଆଇଏଡିଏମକେ ପାଖରେ ୪୭ ଆସନ ରହିଛି। ତେଣୁ ଦୁଇ ଦଳର ଆସନ ସଂଖ୍ୟା ୧୦୬ ହେବ। ଯାହା ସଂଖ୍ୟାଗରିଷ୍ଠତା ଠାରୁ ୧୨ ଆସନ କମ୍। ତେଣୁ ଏହି ଦୁଇ ଦଳ ସେମାନଙ୍କ ଅନ୍ୟ ସହଯୋଗୀଙ୍କୁ ନେଇ ସରକାର ଗଠନ କରିପାରିବେ। କଂଗ୍ରେସକୁ ଛାଡି ଡିଏମ୍‌କେର ଅନ୍ୟ ସହଯୋଗୀ ଦଳ ଭିସିକେ, ସିପିଆଇ, ସିପିଆଇ(ଏମ୍) ଓ ଆଇୟୁଏମଏଲ୍‌ ୨ଟି ଲେଖାଏଁ ଓ ଡିଏମ୍‌ଡିକେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ସେହିପରି ଏଆଇଏଡିଏମ୍‌କେର ସହଯୋଗୀ ଦଳ ପିଏମ୍‌କେ ୪ ଏବଂ ଏଏମ୍ଏମ୍‌କେ ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଏହିସବୁ ସଂଖ୍ୟାକୁ ମିଶାଇଲେ ମୋଟ ଆସନ ସଂଖ୍ୟା ୧୨୧ରେ ପହଞ୍ଚିବ। ଯାହା ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ଠାରୁ ଅଧିକ। ଉଭୟ ଦଳର ବରିଷ୍ଠ ନେତାମାନେ ପରଦା ପଛରେ ଏକ ‘ଗ୍ରାଣ୍ଡ ଆଲାଇନ୍ସ’ ପାଇଁ କଥାବାର୍ତ୍ତା କରୁଛନ୍ତି, ଯାହା ତାମିଲନାଡୁ ଇତିହାସରେ ପ୍ରଥମ ଘଟଣା ହେବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook