ମୁଖ୍ୟ ଖବର
କେନ୍ଦ୍ର ସରକାରଙ୍କ ସଂଶୋଧିତ ସୀମା ପୁନଃ ନିର୍ଦ୍ଧାରଣକୁ ସମର୍ଥନ ଘୋଷଣା କରିଛି ଏମକେ ଷ୍ଟାଲିନଙ୍କ ଡିଏମକେ। ସଂସଦର ଉଭୟ ଗୃହରେ ଏହି ବିଲକୁ ଡିଏମକେ ସମର୍ଥନ କରିବ ବୋଲି ସଂସଦୀୟ ଦଳରେ ନିଷ୍ପତ୍ତି ହୋଇଛି।ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ବିଲ୍କୁ ନେଇ ଉଠାଇଥିବା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରି ନେଇଥିବାରୁ ଦଳ ଏପରି ପଦକ୍ଷେପ ନେଇଥିବା କହିଛି। ଏପ୍ରିଲ ମାସରେ କେନ୍ଦ୍ର ସରକାର ଯେତେବେଳେ ସମ୍ବିଧାନ ସଂଶୋଧନ ସହ ଜଡ଼ିତ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଣିଥିଲେ ସେତେବେଳେ ଡିଏମକେ ଏହା ବିରୋଧରେ ଭୋଟିଂ କରିଥିଲା। ହେଲେ ଏବେ ଡିଏମକେର ଆଭିମୁଖ୍ୟ ଆଜି ବଦଳି ଯାଇଛି।
ନଭେମ୍ବର ୩୦ରେ କେନ୍ଦ୍ର ସରକାର ଲୋକସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ ଆଣିବେ। ଏଥିପାଇଁ ଆଜି ଚେନ୍ନାଇରେ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେର ସଂସଦୀୟ ଦଳ ବୈଠକ ବସିଥିଲା।ଡିଏମକେ ଯାହା ଚାହୁଁଥିଲା କେନ୍ଦ୍ର ସରକାର ସଂଶୋଧିତ ସୀମା ପୁନଃ ନିର୍ଦ୍ଧାରଣ ବିଧେୟକରେ ସେହି ବ୍ୟବସ୍ଥା କରିଛନ୍ତି। ତେଣୁ ଦଳ ଏହାକୁ ସମର୍ଥନ କରିବ ବୋଲି ଡିଏମକେ ସୂତ୍ରରେ କୁହାଯାଇଛି।
ଏକ୍ସରେ ଷ୍ଟାଲିନ ବିଲ୍ରେ ହୋଇଥିବା ସଂଶୋଧନକୁ ୨୦୨୪ରୁ ଡିଏମକେ କରୁଥିବା ସଂଘର୍ଷ ଓ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟ ପାଇଁ ବଡ଼ ବିଜୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସଂଶୋଧିତ ବିଲରେ ସମସ୍ତ ରାଜ୍ୟରେ ନିର୍ବାଚନ ମଣ୍ଡଳୀ ସଂଖ୍ୟା ୧୯୭୧ ଜନସଂଖ୍ୟା ଆଧାରରେ ୫୦% ବୃଦ୍ଧି ପାଇବ ବୋଲି କୁହାଯାଇଛି। ଷ୍ଟାଲିନ ଲୋକଙ୍କୁ ଆହ୍ୱାନ କରିଛନ୍ତି ଯେ ସେମାନେ ଭାବପ୍ରବଣ ନ ହୋଇ ଶାନ୍ତିର ସହ ଯଦି ଡିଏମକେ ସଂଶୋଧିତ ସୀମା ପୁନଃ ନିର୍ଦ୍ଧାରଣ ବିଧେୟକଙ୍କୁ ପାରିତ ନ କରିପାରିବ, ତା’ହେଲେ କ’ଣ ହେବ ବୋଲି ଥରେ ଚିନ୍ତା କରନ୍ତୁ।ସଂଶୋଧିତ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ସମର୍ଥନ କରିବା ପୂର୍ବରୁ ଡିଏମକେ ସବୁ ପ୍ରସଙ୍ଗର ବିଶ୍ଲେଷଣ କରିଥିଲା। ଏଥିରେ ଥିବା ବ୍ୟବସ୍ଥା ତାମିଲନାଡୁ ପାଇଁ ବାସ୍ତବ ଓ ଲାଭଦାୟକ। ସମର୍ଥନ ନିଷ୍ପତ୍ତି ଶନିବାର ଡିଏମକେର ସଂସଦୀୟ ଦଳ ବୈଠକରେ ନିଆଯାଇଛି।ଏପ୍ରିଲ ମାସରେ ଡିଏମକେ ଉଠାଇଥିବା ୨ଟି ଦାବିକୁ ସଂଶୋଧିତ ବିଧେୟକରେ ଲିତ ଭାବେ ସାମିଲ କରାଯାଇଛି। ଏହା ୨୦୨୪ରୁ ଡିଏମକେ କରୁଥିବା ନିରନ୍ତର ସଂଘର୍ଷର ବିଜୟ। ତାମିଲନାଡୁ ସମେତ ପୂରା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ବିଜୟ ବୋଲି ଷ୍ଟାଲିନ କହିଛନ୍ତି।
Comments ସମସ୍ତ ମତାମତ