Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୩୪ରୁ ଏକାକୀ ୧୬୪ ଆସନରେ ଲଢ଼ିବ ଡିଏମକେ, ସହଯୋଗୀମାନଙ୍କୁ ମିଳିଲା ୭୦ ସିଟ୍‌

    Share on :
    ajab-Image
    Date: Mar 29, 2026    Views: 2679

    ନୂଆଦିଲ୍ଲୀ:  ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଡିଏମକେ ନେତୃତ୍ୱାଧୀନ ମେଣ୍ଟର ସିଟ୍‌ ଶେୟାରିଂ ଫର୍ମୁଲାକୁ ସାର୍ବଜନୀନ କରିଛନ୍ତି। ଏଥିସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଡିଏମକେର ପ୍ରାର୍ଥୀ ତାଲିକା ମଧ୍ୟ ସେ ଜାରି କରିଛନ୍ତି।ତାଙ୍କ ଘୋଷଣା ଅନୁଯାୟୀ, ତାମିଲନାଡୁର ୨୩୪ଟି ବିଧାନସଭା ଆସନରୁ ଡିଏମକେ ଏକାକୀ ୧୬୪ଟି ଆସନରେ ଲଢ଼ିବ। ସହଯୋଗୀ ଦଳଗୁଡ଼ିକ ପାଇଁ ଡିଏମକେ ମାତ୍ର ୭୦ଟି ଆସନ ଛାଡ଼ିଛି। ମେଣ୍ଟରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ତିକ୍ତତା ଲାଗି ରହିଥିବା ଖବରକୁ ଷ୍ଟାଲିନ ଆଜି ଖଣ୍ଡନ କରିଛନ୍ତି। ଧୈର୍ୟ୍ୟର ସହ ଆଲୋଚନା ପାଇଁ ସମୟ ଆବଶ୍ୟକ ବୋଲି ସେ କହିଛନ୍ତି। ବୁଝାମଣା ଅନୁସାରେ, ଡିଏମକେ ୧୬୪ ଆସନରେ ଲଢ଼ିବାକୁ ଯାଉଥିବା ବେଳେ କଂଗ୍ରେସ ୨୮ଟି ଆସନରେ ପ୍ରାର୍ଥୀ ଦେବ। ସେହିପରି ମେଣ୍ଟରେ ଥିବା ଡିଏମଡିକେ ୧୦ଟି, ଭିସିକେ ୮ଟି, ସିପିଆଇ ୫ଟି, ସିପିଆଇଏମ ୫ଟି ଓ ଏମଡିଏମକେ ଭାଗରେ ପଡ଼ିଛି ୪ଟି ଆସନ।ଜାରି ହୋଇଥିବା ସିଟ ଶେୟାରିଂ ଚୁକ୍ତି ଓ ପ୍ରାର୍ଥୀ ତାଲିକା ଅନୁସାରେ, ଷ୍ଟାଲିନ ପୁଣିଥରେ କୋଲାଥୁର ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ଉପ ମୁଖ୍ୟମନ୍ତ୍ରୀ ତଥା ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ମଧ୍ୟ ଦଳ ଚେପକ-ତିରୁଭାଲ୍ଲିକେନି ଆସନରୁ ପୁଣି ପ୍ରାର୍ଥୀ କରିଛି। କଂଗ୍ରେସ କୋଟାକୁ ଭେଲାଚେରୀ ଓ ଇରୋଡେ ଇଶ୍ଟ ଭଳି ଆସନ ଫେରିଛି। ଓଟୀରେ ଏଥର ସିଧାସଳଖ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଡିଏମକେ ୧୬୪ ଜଣ ପ୍ରାର୍ଥୀଙ୍କ ନାଁ ଜାରି କରିଥିବା ବେଳେ ଏଥିରେ ଉଭୟ ଅଭିଜ୍ଞ ଓ ଯୁବ ଚେହେରା ରହିଛନ୍ତି। ଦଳ ପକ୍ଷରୁ ପ୍ରାୟ ୬୦ ଜଣ ପ୍ରଥମଥର ନିର୍ବାଚନ ମୈଦାନକୁ ଓହ୍ଲାଇବେ। ତାଲିକାରେ ୨୯ ଜଣ ଆଇନଜବୀ, ୧୭ ଜଣ ଇଞ୍ଜିନିୟର, ୧୫ ଜଣ ଡାକ୍ତର ଓ ୭ ଜଣ ପିଏଚଡି ଡିଗ୍ରୀ ଧାରୀ ରହିଛନ୍ତି। ତେବେ ଦଳ କେବଳ ୧୮ ଜଣ ମହିଳାଙ୍କୁ ବିଭିନ୍ନ ଆସନ ପାଇଁ ଟିକେଟ ଦେବା ସମସ୍ତଙ୍କୁ ଚକିତ କରିଛି। ଷ୍ଟାଲିନ ଆଜି ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆସନ୍ତାକାଲି ଡିଏମକେର ନିର୍ବାଚନୀ ଇସ୍ତାହାର ଜାରି କରିବେ।ଆସନ୍ତା ଏପ୍ରିଲ ୨୩ରେ ତାମିଲନାଡୁର ସମସ୍ତ ୨୪୩ ବିଧାନସଭା ଆସନ ପାଇଁ ଭୋଟିଂ ହେବ। ସେହିପରି ମେ’ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook