ମୁଖ୍ୟ ଖବର
ବାଙ୍ଗାଲୁର: କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାରଙ୍କ ୧୪ଟି ଠିକଣାସ୍ଥାନରେ କେନ୍ଦ୍ରୀୟ ଜାଞ୍ଚ ବୁ୍ୟରୋ (ସିବିଆଇ) ଟିମ ତନାଘନା କରିଛନ୍ତି । ଏହା ସହ ତାଙ୍କ ଭାଇ ଡିକେ ସୁରେଶଙ୍କ ବାସଭବନରେ ମଧ୍ୟ ଛାନଭିନ କରାଯାଇଛି । ତେବେ କଂଗ୍ରେସ ସରକାର ସମୟରେ ହୋଇଥିବା ଦୁର୍ନିତି ଯୋଗୁ ଏପରି କରାଯାଉଛି ବୋଲି ସୂଚନା ରହିଛି । ଡିକେ ଶିବକୁମାରଙ୍କ ଠିକଣାସ୍ଥାନ ମଧ୍ୟରେ ୯ଟି କର୍ଣ୍ଣାଟକ, ୪ଦିଲ୍ଲୀ ଏବଂ ମୁମ୍ବାଇ ସାମିଲ ରହିଛି । ଏନେଇ ସିବିଆଇ ସକାଳ ୬ଟା ସମୟରେ କନକପୁରା ନିର୍ବାଚନ କ୍ଷେତ୍ରରେ ଡୋଡୁଲାହଲି ଗ୍ରାମସ୍ଥିତ ତାଙ୍କ ବାସଭବନରେ ତନାଘନା ଆରମ୍ଭ କରିଥିଲେ । ଡିକେ ଶିବକୁମାର ଏହାର ପ୍ରତିନିଧିତ୍ୱ କରୁଥିବାବେଳେ ଡିକେ ସୁରେଶ ସାଂସଦ ରହିଛନ୍ତି । ଶିବକୁମାରଙ୍କୁ କଂଗ୍ରେସ ଦଳର ସଙ୍କଟ ମୋଚକ ବୋଲି କୁହାଯାଏ ।
ଗତ ୨୦୧୭ ମସିହାରେ ଆୟକର ବିଭାଗ ଶିବକୁମାରଙ୍କ ଘର ଚଢ଼ଉ ସମୟରେ ନଗଦ ୮.୫୯ କୋଟି ଟଙ୍କା ଜବତ ହୋଇଥିଲା । ଶିବକୁମାରଙ୍କୁ ହାୱାଲା କାରବାର ଏବଂ ଟିକସ ଫାଙ୍କିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି।
Comments ସମସ୍ତ ମତାମତ