Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ଼ ଖବର:ଓଡ଼ିଶାର ପ୍ରସିଦ୍ଧ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    ajab-Image
    Date: Mar 19, 2023    Views: 3200

    ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। 
    ଡିଜେ ଆଜେକ୍ସଙ୍କ ଦାଦା ଚନ୍ଦ୍ରମଣି ମହାରଣାଙ୍କ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳକୁ ସେ ଘରକୁ ଫେରିଥିଲେ। ଭଲ ଲାଗୁ ନାହିଁ ବୋଲି କହି ପ୍ରାୟ ୬ଟା ୫୦ରେ ସେ ତାଙ୍କ ରୁମ୍‌କୁ ଚାଲି ଯାଇଥିଲେ। ସେ ଶୋଇବାକୁ ଯାଉଛନ୍ତି ଓ କେହି ତାଙ୍କୁ ନ ଉଠାଇବାକୁ ସେ କହିଥିଲେ। ଏହା ଭିତରେ ଲାଇନ ଚାଲି ଯାଇଥିଲା। ଲାଇନ ଆସିବା ପରେ ରାତି ୧୦ଟା ବେଳକୁ ପରିବାର ଲୋକେ ତାଙ୍କୁ ଡାକ ପକାଇଥିଲେ। କିନ୍ତୁ ଡିଜେ ଆଜେକ୍ସ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ପରିବାର ଲୋକେ କବାଟ ବାଡ଼େଇବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇ ନଥିଲେ। ଏହା ପରେ ପରିବାର ଲୋକେ କବାଟ ଭାଙ୍ଗି ଭିତରେ ପଶିଥିଲେ। ଡିଜେ ଆଜେକ୍ସ ଏକ ବେଡ୍‌ଶିଟ୍‌ରେ ଝୁଲି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଡିଜେ ଆଜେକ୍ସଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ତଦନ୍ତ ପରେ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହେବ ବୋଲି କୁହାଯାଉଛି।

    Maximum 500 characters

    ତାଜା ଖବର View all

    Find Us on Facebook