Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଯୁଗେ ଯୁଗେ ଦୀପାବଳୀ, ଜାଣନ୍ତୁ ଦୀପାବଳି ସହ ଜଡିତ କିଛି ଅଜଣା କଥା

    Share on :
    ajab-Image
    Date: Oct 17, 2022    Views: 3739

    ଭୁବନେଶ୍ୱର : ଆଲୋକ ଓ ଆନନ୍ଦର ମହାପର୍ବ ଦୀପାବଳି ନେଇ ଆମର ପୁରାଣ, ଇତିହାସ, କିମ୍ବଦନ୍ତୀ ଓ ଜନଶ୍ରୁତି ମୁଖରିତ । ଭାରତୀୟ ସଂସ୍କୃତିରେ ଦୀପାବଳି ବହୁ ପୁରାତନ । ସବୁ ଧର୍ମର ଲେକେମାନେ ଏହାକୁ ଆନନ୍ଦର ସହ ପାଳନ କରନ୍ତି । 

    ଚଉଦ ବର୍ଷ ବନବାସ ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ସୀତା ଓ ଲକ୍ଷ୍ମଣଙ୍କ ସହ ଫେରି ଆସିଥିଲେ । ଅଯୋଧ୍ୟାବାସୀ ସେମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଦୀପ ଜାଳିଥିଲେ । ସେ ଦିନ ଥିଲା କାର୍ତ୍ତିକ ଅମାବାସ୍ୟା-ପିତୃପୁରୁଷଙ୍କ ଉଦେ୍ଧଶ୍ୟରେ ପିଣ୍ଡଦାନର ପୁଣ୍ୟତିଥି । ଜ୍ୟୋତିର୍ବିଦମାନଙ୍କ ମତରେ ପ୍ରଭୁ ଶ୍ରୀରାମଚନ୍ଦ୍ର ୭ହଜାର ବର୍ଷ ପୂର୍ବେ ଆବିର୍ଭୂତ ହୋଇଥିଲେ । ସୁତାରଂ ଦୀପାବଳି ସାତହଜାର ବର୍ଷର ପୁରାତନ ପର୍ବ । ପାପ ଉପରେ ପୁଣ୍ୟର, ମିଥ୍ୟା ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଏବଂ ସର୍ବୋପରି ଆଜ୍ଞାନ ଓ ଅନ୍ଧକାର ତଥା ଅବିଶ୍ୱାସ ଉପରେ ଯଥାକ୍ରମେ ଜ୍ଞାନ, ଆଲୋକ ଓ ବିଶ୍ୱାସର ବିଜୟର ମହାପର୍ବ । 

    ଶ୍ରୀକୃଷ୍ଣଙ୍କ ଭକ୍ତିଧାରାର ଅନୁଗାମୀମାନେ କୁହନ୍ତି ଭଗବାନ ଶ୍ରୀକୃଷ୍ଣ ଦୁରାଚାରୀ ରାକ୍ଷସରାଜ ନାରକାସୁରକୁ ବଦ୍ଧ କରି, ସେ ବନ୍ଦୀ କରି ରଖିଥିବା  ୧୮ହଜାର ରାଜକନ୍ୟାଙ୍କୁ ମୁକ୍ତ କରିଥିଲେ । ସେହି ଖୁସିରେ ଦୀପାବଳି ପାଳନ କରାଯାଇଥିଲା । ପୌରାଣିକ ତଥ୍ୟ ଅନୁସାରେ ସ୍ୱୟଂ ବିଷ୍ଣୁ କାର୍ତ୍ତିକ ଅମାବାସ୍ୟା ତିଥିରେ ନରସିଂହ ରୂପ ଧରି ଅତ୍ୟାଚାରୀ ରାକ୍ଷସରାଜ ହିରଣ୍ୟକଶ୍ୟପକୁ ବଧ କରିଥିଲେ । ଏହି ପୁଣ୍ୟ ତିଥିରେ ସମୁଦ୍ର ମନ୍ଥନରୁ ମା’ଲକ୍ଷ୍ମୀ ଓ ଧନନ୍ତରୀ ପ୍ରକଟିତ ହୋଇଥିଲେ।


    ଜୈନ ଧର୍ମାଲମ୍ବୀମାନଙ୍କ ମତରେ ୨୪ତମ  ତୀର୍ଥଙ୍କର ମହାବୀର ସ୍ୱାମୀଙ୍କ ନିର୍ବାଣ ହୋଇଥିଲା କାର୍ତ୍ତିକ ଅମାବାସ୍ୟାରେ । ବୌଦ୍ଧ ଧର୍ମରେ ମଧ୍ୟ ଦୀପାବଳିର ବୈଶିଷ୍ଟ୍ୟ ସ୍ୱିକୃତ । ୨୫ଶହ ବର୍ଷ ପୂର୍ବ ଦୀପାବଳି ତିଥିରେ ଅନୁଗାମୀମାନେ ଲକ୍ଷେ ଦୀପ ଜାଳି ପରମକାରୁଣିକ ଗୌତମ ବୁଦ୍ଧଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶିଖମାନଙ୍କ ପାଇଁ ଦୀପାବଳି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କାରଣ ୧୫୭୭ ମସିହାରେ ଏହି ପବିତ୍ର ତିଥିରେ ଅମୃତସରଠାରେ ସ୍ୱର୍ଣ୍ଣମନ୍ଦିରର ଶିଳାନ୍ୟାସ ହୋଇଥିଲା । ୧୬୧୯ ମସିହାରେ ଏହିଦିନ ଶିଖମାନଙ୍କ ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ଜେଲରୁ ମୁକ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ବ ୫୬ରେ ବିକ୍ରମାଦିତ୍ୟ ସିଂହାସନରେ ବସିଥିବାରୁ ରାଜ୍ୟବାସୀ  ଦୀପ ଜଳାଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଦୀପାବଳିର ପୁଣ୍ୟତିଥିରେ ଦୟାନନ୍ଦ ସରସ୍ୱତୀ ଦିବ୍ୟଜ୍ଞାନ ଲାଭ କରି ମହର୍ଷିରେ ରୂପାନ୍ତରିତ ହୋଇଥିଲେ । ଏସବୁ ପୌରାଣିକ, ଐତିହାସିକ ଜନଶ୍ରୁତି ଓ ଦୃଷ୍ଟାନ୍ତକୁ ନେଇ ଦୀପବଳୀ ଆର୍ଯ୍ୟ ପରମ୍ପରାକୁ ସମୃଦ୍ଧ କରିଥାଏ । 

    Maximum 500 characters

    ବିଶେଷ View all

    Find Us on Facebook