Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଦୀପାବଳି ଦିନ ଲଗାନ୍ତୁ କଳା ଟିକା

    Share on :
    ajab-Image
    Date: Oct 14, 2022    Views: 3558

    ଆସୁଛି ପବିତ୍ର ଦୀପାବଳି ଉତ୍ସବ । କରୋନା କଟକଣା ପରେ ଏବେ ସାରା ଦେଶ ମନଉଛି ଦୀପାବଳି । ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ । ଚଳିତବର୍ଷ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍‌ ୨୭ ତାରିଖ ରବିବାର ଏହି ଉତ୍ସବ ପାଳନ କରାଯିବ । ସମସ୍ତଙ୍କ ମନରେ ଉତ୍ସାହ, ଉତ୍କଣ୍ଠା ଭରି ରହିଛି । ଦୀପାବଳି ଅବସରରେ ମା’ ଲକ୍ଷ୍ମୀ, ସିଦ୍ଧିଦାତା ଗଣେଶ ଏବଂ କୁବେର ମହାରାଜାଙ୍କ ପୂଜା କରାଯାଇଥାଏ । ଏହିଦିନ କଳା ଟିକା ଲଗାଯିବାର ଏକ ବିଧି ରହିଛି । ମା’ ଲକ୍ଷ୍ମୀଙ୍କ ପୂଜା ପରେ ଘରର ମହିଳାମାନେ ମୁଖ୍ୟ ଦୀପରେ ଯେଉଁ କଳା ପଡ଼ିଥାଏ ଏହାକୁ ନେଇ ସମସ୍ତ ସଦସ୍ୟଙ୍କୁ ଲଗାଇଥାନ୍ତି । କାହିଁକି ଏହିଦିନ କଳା ଲଗାଯାଏ ଆସନ୍ତୁ ଜାଣିବା ଏ ସମ୍ପର୍କରେ...

    - ଧାର୍ମିକ ମତ ଅନୁସାରେ ଖରାପ ନଜରରୁ ରକ୍ଷା ପାଇବା ପାଇଁ କଳା ଟିକା ଲଗାଯାଇଥାଏ ।

    - ଏଥିସହିତ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଏହି କଳାର ବ୍ୟବହାର କରାଯାଇଥାଏ । 

    - ଘର ମୁଖ୍ୟଦ୍ୱାରରେ ମଧ୍ୟ ଏହି କଳା ଟିକା ଲଗାଯାଇଥାଏ । 

    - ଦୀପାବଳିରେ ପ୍ରସ୍ତୁତ କରାଯାଇଥିବା କଳା ଶୁଭ ବୋଲି ମନାଯାଇଥାଏ । 

    - ଏହିଦିନ କଳା ଟିକା ଲଗାଇଲେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ବୋଲି ବିଶ୍ୱାସ ରହିଛି ।

     

    Maximum 500 characters

    ବିଶେଷ View all

    Find Us on Facebook