Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଦୀପାବଳିରେ ଘରୁ ବାହାର କରିଦିଅନ୍ତୁ ଏହି ସବୁ ସାମଗ୍ରୀ

    Share on :
    ajab-Image
    Date: Oct 14, 2022    Views: 3732

    ଭୁବନେଶ୍ୱର: ଦୀପାବଳିରେ ମା’ ଲକ୍ଷ୍ମୀ ଧରାପୃଷ୍ଠରେ ଅବତରଣ କରନ୍ତି । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଇଥାଏ । ଏହି ଖାସ୍ ଉସôବରେ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା ସହିତ ପୂରା ଘରକୁ ଦୀପରେ ସଜା ଯାଇଥାଏ । ତେଣୁ ଏହିଦିନ ଘରକୁ ସଫାସୁତରା ରଖିଲେ ମା’ଙ୍କ ଶୁଭଦୃଷ୍ଟି ପଡ଼ିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି ।

    ତେଣୁ ଘରେ ଥିବା ଭଙ୍ଗାଦଦରା ସାମଗ୍ରୀ ବାହାରକୁ ଫିଙ୍ଗି ଦେବା ଉଚିତ୍ । କାରଣ ଏହା ଘରେ ନକରାତ୍ମକ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ଲକ୍ଷ୍ମୀଙ୍କ ଆଗମନ ହୋଇ ନ ଥାଏ । ଘରେ ଚିରା, ଫଟା, ଭଙ୍ଗା ଜିନିଷ ରହିଲେ ଲକ୍ଷ୍ମୀ କୋପ କରିଥାନ୍ତି ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ଯଦି ସନ୍ତୁଷ୍ଟ କରିବାକୁ ଚାହୁଁଥାନ୍ତି ତେବେ କିଛି ଭଙ୍ଗା ଜିନିଷକୁ ଘରୁ ବାହାର କରିଦିଅନ୍ତୁ ।

    ଭଙ୍ଗା ବାସନ : ବାସ୍ତୁ ଅନୁସାରେ ଘରେ ଥିବା ଭଙ୍ଗାରୁଜା ବାସନକୁ ଏହିଦିନ ବାହାରକୁ ଫିଙ୍ଗି ଦିଅନ୍ତୁ ।

    ଭଙ୍ଗା କାଚ : ଭଙ୍ଗା କାଚ ଘରେ ରହିଲେ ଦୁର୍ଭାଗ୍ୟକୁ ଡାକି ଆଣିଥାଏ । ଏଥିପାଇଁ କାଚରେ ତିଆରି ହୋଇଥିବା ଝରକା, କବାଟ କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ତୁରନ୍ତ ଘରୁ ହଟାଇ ଦିଅନ୍ତୁ।

    ବନ୍ଦ ଘଣ୍ଟା : କୁହାଯାଏ, ବନ୍ଦ ଘଣ୍ଟା ଘରେ ଥିଲେ ପରିବାରର ଅମଙ୍ଗଳ ହୋଇଥାଏ । ଅର୍ଥାଭାବ ଦେଖାଦିଏ । ତେଣୁ ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ । ସେହିପର ଭଙ୍ଗା ମୂର୍ତ୍ତି, ଅଚଳ

    ଇଲେକ୍ଟ୍ରିକାଲ୍ ସାମଗ୍ରୀ ଆଦିକୁ ଘରକୁ ବାହାର କରିଦିଅନ୍ତୁ । ଦେଖିବେ ଲକ୍ଷ୍ମୀ ଆପଣଙ୍କ ସଦା ପ୍ରତି ପ୍ରସନ୍ନ ରହିବେ ।

    Maximum 500 characters

    ଘରକରଣ View all

    Find Us on Facebook