Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଦୀପାବଳିରେ ମା’ଙ୍କ ଠାରେ ଲଗାନ୍ତୁ ଏହି ଭୋଗ

    Share on :
    ajab-Image
    Date: Oct 13, 2022    Views: 3267

    ଭୁବନେଶ୍ୱର: ପବିତ୍ର ଦୀପାବଳିରେ ପ୍ରତି ଘରେ ପୂଗା ପାଆନ୍ତି ଧନ ଦାତ୍ରୀ ମା’ ଲକ୍ଷ୍ମୀ । ଧନ ଓ ସମୃଦ୍ଧିର ଦେବୀ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଷ୍ଠାର ସହ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ । ଏହି ଅବସରରେ ମାଙ୍କ ପୂଜା କରି ସନ୍ତୁଷ୍ଟ କରିବା ଦ୍ୱାରା ମା’ ଘରକୁ ସୁଖ,ଶାନ୍ତି ଓ ସମୃଦ୍ଧିରେ ଭରି ଦିଅନ୍ତି । ନିଜ ପରିବାରର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ନାନାଦି ରକମର ଭୋଗ କରାଯାଇଥାଏ । କିନ୍ତୁ ଜାଣନ୍ତି କି ଏମିତି ବି କିଛି ଭୋଗ ରହିଛି ଯାହା ମାତା ଲକ୍ଷ୍ମୀଙ୍କର ଖୁବ୍‌ ପ୍ରିୟ ହୋଇଥାଏ । 

    ଯେମିତିକି: ନଡ଼ିଆ: ଯାହାକୁ ଶ୍ରୀଫଳ ବୋଲି ବି କୁହାଯାଇଥାଏ । ଏହି ଫଳ ଅତ୍ୟନ୍ତ ପବିତ୍ର  । ଏଥିରେ ରହିଥିବା ପାଣି ସବୁଠାରୁ ଶୁଦ୍ଧ ହୋଇଥିବାରୁ ମା’ଙ୍କର ଏହା ପ୍ରିୟ ହୋଇଥାଏ । ସେଥିପାଇଁ ମା’ ଲକ୍ଷ୍ମୀଙ୍କୁ ନେଇ ଯେତେ ବି ପୂଜା ରହିଛି, ସବୁଥିରେ ନଡ଼ିଆ ଭୋଗ ନିହାତି ରହିଥାଏ । ସେହିପରି କେଶର ପକାଯାଇଥିବା ହଳଦିଆ ରଙ୍ଗର ଭାତ ହେଉ ବା ଖେଚୁଡ଼ି, ହଳଦିଆ ରଙ୍ଗର ମିଷ୍ଟାନ୍ନ, ଖିରି, ଆଖୁ, ଡାଳିମ୍ବ ଆଦି ବି ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି ।

    ଅନ୍ୟପକ୍ଷେ କେହି କେହି ମା’ଙ୍କ ନିକଟରେ ଶୁଦ୍ଧ ଗୁଆଘିଅରେ ପ୍ରସ୍ତୁତ ହାଲୁଆ ବି ଭୋଗ ଲଗାଇଥାନ୍ତି । ଖାସ୍‌ କରି ଦୀପାବଳି ସମୟରେ କେତେକ ସ୍ଥାନରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ନିକଟରେ ଆଖୁ ଭୋଗ କରାଯାଉଥିବାର ଦେଖିବାକୁ ମିଳିଥାଏ । ଏପରିକି ଆଉ କିଛି ସ୍ଥାନରେ ପାଣି ସିଙ୍ଗଡ଼ା ଓ ମଖାନା ସହ ମିଠାପାନ ମା’ଙ୍କ ନିକଟରେ ଭୋଗ ଲଗାଯାଉଥିବାର ବିଧି ରହିଛି ।

    Maximum 500 characters

    ଘରକରଣ View all

    Find Us on Facebook