Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଆସୁଛି ଦୀପାବଳି, ନିଜକୁ ସଜାନ୍ତୁ ଏହି ଅଳଙ୍କାରରେ

    Share on :
    ajab-Image
    Date: Oct 13, 2022    Views: 3556

    ଭୁବନେଶ୍ୱର: କରୋନା କଟକଣା ପରେ ସାରା ଦେଶ ପାଳିବ ପ୍ରଥମ ଦୀପାବଳି । ଚାରିଆଡେ଼ ସଜବାଜ ହେଉଛନ୍ତି ଲୋକେ । ମହିଳା ମାନେ ଭଳିକି ଭଳି କପଡ଼ା ସହ ସୁନା ଗହଣା ଓ ଅର୍ଣ୍ଣାମେଣ୍ଟରେ ସଜେଇହେଉଛନ୍ତି । ତେବେ ଆସନ୍ତୁ ଜାଣିବା କିଛି ଜରୁରୀ ଟିପ୍ସ, ଯାହାକୁ ଆପଣେଇ ମହିଳାମାନେ ସହଜରେ ପାଇପାରିବ ପାର୍ବଣ ଋତୁରେ ଆକର୍ଷଣୀୟ ଲୁକ୍‌ ।
    - ନେକଲେସ୍‌: ଦୀପାବଳି ସମୟରେ ଯଦି ଆପଣ ଲେହେଙ୍ଗା କିମ୍ବା ଶାଢି ସାଙ୍ଗକୁ ଡିପ୍‌ ନେକ୍‌ ବାଲା ବ୍ଲାଉଜ୍‌ ପିନ୍ଧିବାକୁ ଯୋଜନା କରିଛନ୍ତି, ତା’ହେଲେ ଏହାକୁ ଆହୁରି ଆକର୍ଷଣୀୟ କରିବାକୁ ବେକରେ ଚୋକର ଷ୍ଟାଇଲର ନେକଲେସ୍‌ ପିନ୍ଧି ପାରିବେ । ତା’ଛଡ଼ା ଏବେ ମାର୍କେଟରେ ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନର ଆର୍ଟିଫିସିଆଲ୍‌ ନେକଲେସ୍‌ ବି ମିଳୁଛି । ନିଜ ଆଉଟଫିଟକୁ ମ୍ୟାଚ୍‌ କଲାଭଳି ତଥା ନିଜ ଲୁକକୁ ସୁନ୍ଦର ଲାଗିଲା ଭଳି ଯେ କୌଣସି ଡିଜାଇନର ନେକଲେସ୍‌ ପିନ୍ଧି ବି ନିଜକୁ ଏହି ପାର୍ବଣ ଋତୁରେ ସଜାଇପାରିବେ ।
    - ମାଙ୍ଗଟିକା ବା ମଥାପଟ୍ଟି: ସାଧାରଣତଃ ଅନେକ ସ୍ଥାନରେ ବାହାଘର ସିଜିନରେ ସୁନାର ମାଙ୍ଗଟିକା ବା ମଥାପଟ୍ଟି ଲଗାଇବାର ବିଧି ରହିଛି । ଏହି ଦୀପାବଳି ଅବସରରେ ଏଥିନିକ୍‌ ଆଉଟଫିଟ୍‌ ସହ ଷ୍ଟୋନ୍‌ ହେଉ ଅବା କୁନ୍ଦନର କାମ ହୋଇଥିବା ମାଙ୍ଗଟିକା ବା ମଥାପଟ୍ଟି ଲଗାଇ ଆରାମରେ ଗର୍ଜିୟସ୍‌ ଲୁକ୍‌ ପାଇହେବ । 
    - ଚୁଡ଼ି: କାଳୀପୂଜା ଉପଲକ୍ଷେ ହୁଏ ପୂଜା ମଣ୍ଡପ ବୁଲା ଓ ଫଟୋସୁଟ । ଏହି ସମୟରେ ଏଥିନିକ୍‌ ଆଉଟଫିଟ ସାଙ୍ଗକୁ ସୁନାର ଗହଣା ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଇଥାଏ । ବିଶେଷକରି ହାତର ସୌନ୍ଦର୍ଯ୍ୟ ପାଇଁ ଷ୍ଟାଇଲିଶ୍‌ ଚୁଡ଼ି ହେଉ ଅବା କଡ଼ା କିମ୍ବା ବାଲା ବି ପିନ୍ଧି ନିଜକୁ ସଜାଇ ପାରିବେ । ଏବେ ତ ମାର୍କେଟରେ ଆର୍ଟିଫିସିଆଲର ଖୁବ୍‌ ସୁନ୍ଦର ସୁନ୍ଦର ସୁନା ଚୁଡ଼ି ବି ମିଳୁଛି, ଯାହାକୁ ମୁଖ୍ୟତଃ ଶାଢି ସାଙ୍ଗରେ ପିନ୍ଧିଲେ ଲୁକକୁ ବେଶ୍‌ ଭଲ ମାନିଥାଏ ।
    - ଷ୍ଟେଟମେଣ୍ଟ ରିଂ: ଗୋଟିଏ ସୁନ୍ଦର, ସୁରୁଚିପୂର୍ଣ୍ଣ ତଥା ବିଶେଷ ଭାବେ ଡିଜାଇନ୍‌ କରାଯାଇଥିବା ରିଂ ବା ମୁଦି ବି କାହାର ଧ୍ୟାନ ଆକର୍ଷଣ କରିବାକୁ ଯଥେଷ୍ଟ ହୋଇଥାଏ । ମୁଖ୍ୟତଃ ଫେଷ୍ଟିଭ୍‌ ସିଜିନରେ କୁନ୍ଦନ କାମ ହୋଇଥିବା ଗୋଟିଏ ବଡ଼ ସାଇଜର ମୁଦି ସାଙ୍ଗକୁ ଜର୍ଜଟ୍‌ ବା ରେଶମର ଶାଢି ପିନ୍ଧିଲେ ଲୁକ ବେଶ୍‌ ଆକର୍ଷକ ଲାଗିଥାଏ । କେବଳ ଶାଢି କାହିଁକି ଷ୍ଟେଟମେଣ୍ଟ ରିଂକୁ ଯେ କୌଣସି ଟ୍ରାଡିସନାଲ୍‌ ଆଉଟଫିଟ୍‌ ସାଙ୍ଗରେ ପେୟାର୍‌ କଲେ ବି ଲୁକ୍‌ ବହୁତ ଭଲ ଦେଖାଯାଇଥାଏ ।
    - ପାରମ୍ପରିକ ଇୟର ରିଂ: ଏହା କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୋଇ ନ ଥାଏ । ଟିକେ ବଡ଼ ସାଇଜର ତଥା ଆକର୍ଷଣୀୟ ଦେଖାଯାଉଥିବା ଝୁମକା ହେଉ ଅବା ପେଣ୍ଡି ଷ୍ଟାଇଲର ଇୟର ରିଂକୁ କାଞ୍ଜିବରମ ଶାଢି କିମ୍ବା ବନାରସୀ ରେଶମ ଶାଢି ସାଙ୍ଗରେ ମ୍ୟାଚିଂ କରି ପିନ୍ଧିଲେ ଆରାମରେ ଫେଷ୍ଟିଭ୍‌ ଲୁକ୍‌ ମିଳିଯାଏ ।

    Maximum 500 characters

    ଘରକରଣ View all

    Find Us on Facebook