Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଆସିଲାଣି ଦୀପାବଳି , କ’ଣ ପିନ୍ଧିବେ

    Share on :
    ajab-Image
    Date: Oct 12, 2022    Views: 3072

    ଭୁବନେଶ୍ୱର :  ଆଉ ଦିନ କେଇଟା ପରେ ଦୀପାବଳି ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯିବ । ବର୍ତ୍ତମାନ ସମୟରେ ସମସ୍ତ ବର୍ଗର ଲୋକେ ଖୁବ୍ ଜାକଜକମରେ ଏଇ ପର୍ବକୁ ପାଳନ କରୁଛନ୍ତି । ଏଥରକ ଦୀପାବଳି ପାଇଁ ଆପଣ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରନ୍ତୁ ।
    ଏବେ ଏଥିନିକ୍ ତଥା ପାରମ୍ପରିକ ପୋଷାକର ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । ଏଣୁ ନିଜ ସୁନ୍ଦର ଡିଜାଇନ ଥିବା କୁର୍ତ୍ତି ସହ ପ୍ଲାଜୋ ପ୍ୟାଣ୍ଟ ନଚେତ୍ ଚୁଡ଼ଦାର ପ୍ୟାଣ୍ଟ ମନୋନୀତ କରନ୍ତୁ । ଯେ କୌଣସି ସପିଂ ମଲ ଅବା ଅନ ଲାଇନ ସାଇଟରେ ବିଶେଷ ରିହାତିରେ ଏସବୁ ପୋଷାକ ପାଇଯିବେ ।
    -ବଜାରରେ ଏଥରକ ବିଭିନ୍ନ ଡିଜାଇନର ସ୍କର୍ଟ ମଧ୍ୟ ଆସିଛି । ଦୀପାବଳି ଭଳି ଉତ୍ସବ ନିମନ୍ତେ ଏହା ମଧ୍ୟ ଏକ ଭଲ ପୋଷାକ ହୋଇପାରିବ ବୋଲି ନାମୀ ଡିଜାଇନରଙ୍କ ମତ ।
    -ଅନ୍ୟ ପାଖେ ଆପଣ କାଞ୍ଜିବରମ ନଚେତ ବନାରସୀ ଶାଢ଼ି ପିନ୍ଧି ମଧ୍ୟ ଉତ୍ସବର ମଜା ନେଇପାରିବେ ।
    -ଛୋଟ କାନଫୁଲ ନ କିଣି ବରଂ ଝୁମକା ଖୁବ୍ ସୁନ୍ଦର ଦିଶିଥାଏ ।
    -ପୋଷାକ  ଓ ଶାଢ଼ି ସହ ମ୍ୟାଚିଂ କରି ଚୁଡ଼ି ପିନ୍ଧିଲେ ଆପଣଙ୍କ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହେବ । ଚାଲନ୍ତୁ ତା ହେଲେ ଆଉ ବିଳମ୍ବ ନ କରି ଏଥରକ ଦୀପାବଳି ସପିଂ ତୁରନ୍ତ ଆରମ୍ଭ କରନ୍ତୁ ।

    Maximum 500 characters

    ଘରକରଣ View all

    Find Us on Facebook