Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଶ୍ୱକପ୍‌କୁ ଅସମ୍ମାନ, ଟ୍ରଫି ଉପରେ ଗୋଡ ରଖିଲେ

    Share on :
    ajab-Image
    Date: Nov 20, 2023    Views: 3563

    ନୂଆଦିଲ୍ଲୀ:ଚଳିତ ବିଶ୍ୱକପ ଅଭିଯାନରେ ଏକ ରୋମାଞ୍ଚକର ଯାତ୍ରା ସହ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ତେବେ  ଅଷ୍ଟ୍ରେଲିଆ କ୍ରିକେଟର ଅଲରାଉଣ୍ଡର ମିଚେଲ ମାର୍ଶ ବିଶ୍ୱକପକୁ ଗୋଡ ତଳେ ରଖି ଉଠାଇଥିବା ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ । କପ୍ ଜିତିବା ପରେ ମାର୍ଶଙ୍କ ଏପରି ବ୍ୟବହାରକୁ ସୋଶାଲ ମିଡିଆ ୟୁଜର୍ ଖୁବ୍ ଟ୍ରୋଲ୍ କରୁଛନ୍ତି । କହିବାକୁ ଗଲେ ମାର୍ଶଙ୍କ ଏହି ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ପରେ ଅନ୍ୟାନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହୋଇଥିଲା ।

    କମ୍ମିନ୍ସ ପୋଷ୍ଟ କରିଥିବା ଫଟୋରେ ମାର୍ଶ ସୋଫା ଉପରେ ବସିଛନ୍ତି । ଖାଲି ବସିନାହାଁନ୍ତି ତ ଗୋଡ ତଳେ ରଖିଛନ୍ତି ଟ୍ରଫି । ଏମିତିକି କେବଳ ତଳେ ରଖିନାହାନ୍ତି, ବିଶ୍ୱକପ ଉପରେ ଦୁଇ ଗୋଡ ଥୋଇ ହାତରେ ବିଅର୍ ବୋତଲ ଧରି ଫଟୋ କ୍ଲିକ୍ କରିଛନ୍ତି ମାର୍ଶ । ମାର୍ଶଙ୍କ ଏପରି ଖାମଖିଆଲ ଅନ୍ଦାଜକୁ ନାପସନ୍ଦ କରିଛନ୍ତି ନେଟିଜେନ୍ସ । ଏହି ଅଙ୍ଗଭଙ୍ଗୀକୁ ବିଶ୍ୱକପ ପ୍ରତି ଅସମ୍ମାନ ବୋଲି କହିବା ସହ ମାର୍ଶଙ୍କୁ ଟ୍ରୋଲ୍ କରିଛନ୍ତି ।

    ସୂଚନା ଥାଉକି, ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଖୋଳାଯାଇଥିଲା ଫାଇନାଲ୍ ମ୍ୟାଚ୍ । , ଆୟୋଜକ ଭାରତକୁ ହରାଇ କପ୍ ହାତେଇଥିଲା କଙ୍ଗାରୁ ଟିମ୍ । ୭ ୱିକେଟରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ଷଷ୍ଠ ଥର ପାଇଁ ଟାଇଟଲ୍ ହାତେଇଛି । ବିଜୟ ପରେ ଡ୍ରେସିଂ ରୁମରେ ଏପରି ଫଟୋ ଉଠାଇଥିଲେ ମିଚେଲ ମାର୍ଶ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook