Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଅଧିକ ସମୟ ଯାଏଁ ରଖନ୍ତୁ ନାହିଁ ଅଇଁଠା ବାସନ

    Share on :
    ajab-Image
    Date: Aug 14, 2023    Views: 15570

    ବାସ୍ତୁ ଅନୁଯାୟୀ ରୋଷେଇ ଘର ପାଇଁ କିଛି ନିୟମ ପାଳନ କରିବା ଦ୍ୱାରା ରୋଗ,ଜୀବନର ଅନେକ ସମସ୍ୟା ଓ ଧନ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ। ଏହାସହ ଏଭଳି କେତେକ ଜିନିଷ ରହିଛି,ଯାହାକୁ ରୋଷେଇ ଘରେ ରଖିବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ସହ ସୁଖସମୃଦ୍ଧିରେ ବାଧା ଉପୁଜିଥାଏ।

    ରୋଷେଇ ଘରେ ଅଧିକ ସମୟ ପର୍ଯ୍ୟନ୍ତ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଅଭାବ ଲାଗି ରହିଥାଏ। ଖରାପ ହୋଇଯାଇଥିବା ବୈଦ୍ୟୁତିକ ଜିନିଷକୁ ମଧ୍ୟ ଆଦୌ ରୋଷେଇ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ପିଲାଙ୍କ ଜୀବନ ଉପରେ କୁପ୍ରଭାବ ପଡିଥାଏ।

    ରୋଷେଇ ଘରେ ଅଇନା କିମ୍ବା ଅଇନା ଭଳି ଅନ୍ୟ ଜିନିଷ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ବିପରୀତ ପ୍ରଭାବ ପଡିବା ସହ ଘରେ କଳହ ଲାଗି ରହିଥାଏ। ରୋଷେଇ ଘରେ ଭଙ୍ଗା ଓ ଅପରିଷ୍କାର ବାସନ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ସୁଖସମୃଦ୍ଧିରେ ଓ ଧନସମ୍ପତ୍ତି ବୃଦ୍ଧିରେ ସମସ୍ୟା ହୋଇଥାଏ। ଜୀବନରେ ମଧ୍ୟ ନକରାତ୍ମକ ପ୍ରଭାବ ପଡିଥାଏ।

    ରୋଷେଇ ଘରେ ଝାଡୁ, ଆଲୁମିନିୟମର ବାସନ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ଚର୍ମଜନିତ ସମସ୍ୟା ସହ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ। ରୋଷେଇ ଘରେ ପିମ୍ପୁଡି, ଅସରପା, ମୂଷା ଅନ୍ୟ କୀଟ ମାରିବା ପାଇଁ ବ୍ୟବହୃତ ହେଉଥିବା ଔଷଧ ରଖନ୍ତୁ ନାହିଁ। ବ୍ୟବହାର ଉପଯୋଗୀ ଜିନିଷ ହିଁ ରୋଷେଇ ଘରେ ରଖନ୍ତୁ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook