Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୮.୨୯% ବୃଦ୍ଧି

    Share on :
    ajab-Image
    Date: Sep 19, 2023    Views: 3512

    ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଏ ପର୍ୟ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୧୮ ଦଶମିକ ୨୯ ପ୍ରତିଶତ ଅଭିବୃଦ୍ଧି ଘଟିଛି ଯାହା ନଅ ଲକ୍ଷ ୮୭ ହଜାର କୋଟି ଟଙ୍କାରୁ ଅଧିକ। ଗତ ଆର୍ଥିକ ବର୍ଷରେ ଆଠ ଲକ୍ଷ ୩୪ ହଜାର କୋଟିରୁ ଅଧିକ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ରେକର୍ଡ କରାଯାଇଥିଲା।
    ଅର୍ଥ ମନ୍ତ୍ରଣାଳୟ କହିଛି ଯେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଆଠ ଲକ୍ଷ ୬୫ ହଜାର କୋଟି ଟଙ୍କାରୁ ଅଧିକ ରେକର୍ଡ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୨୩ ଦଶମିକ ୫୧ ପ୍ରତିଶତ ଅଧିକ। ଗତ ଆର୍ଥିକ ବର୍ଷ ପାଇଁ ସିଧାସଳଖ ଟିକସ ସଂଗ୍ରହ ସାତ ଲକ୍ଷ ୪୧୬ କୋଟି ଟଙ୍କା ଥିଲା। ଏହି ସମୟ ମଧ୍ୟରେ ଏହି ଆର୍ଥିକ ବର୍ଷ ପାଇଁ ଅଗ୍ରିମ ଟିକସ ସଂଗ୍ରହ ୨୦ ଦଶମିକ ୭୩ ପ୍ରତିଶତ ଅଭିବୃଦ୍ଧି ସହିତ ତିନି ଲକ୍ଷ ୫୫ ହଜାର କୋଟି ଟଙ୍କା ଥିଲା। ସଂପୃକ୍ତ ଅବଧି ପାଇଁ ଅଗ୍ରିମ ଟିକସ ସଂଗ୍ରହ ଦୁଇ ଲକ୍ଷ ୯୪ ହଜାର ୪୩୩ କୋଟି ଟଙ୍କା ରେକର୍ଡ କରାଯାଇଥିଲା। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏପର୍ୟ୍ୟନ୍ତ ଏକ ଲକ୍ଷ ୨୧ ହଜାର କୋଟି ଟଙ୍କା ଫେରସ୍ତ ଦିଆଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook