ମୁଖ୍ୟ ଖବର
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । ଭୋଟ ଗଣତି ଜାରି ରହିଥିବାବେଳେ ବିଜେଡି ଆଗକୁ ଆଗକୁ ମାଡ଼ି ଚାଲିଛି । ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗକୁ ଚାଲିଥିବାବେଳେ ବିଜେଡିର ଦୀପାଳି ଦାସଙ୍କ ଭୋଟ ବ୍ୟବଧାନ ବି ବଢିଚାଲିଛି । ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଉଭୟ ବିଜେପି ଓ କଂଗ୍ରେସ ସହ ଅନ୍ୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡିର ଦୀପାଳି ଦାସ ୨୧ ହଜାର ୬୬୬ ଭୋଟରେ ଆଗୁଆ ଅଛନ୍ତି । ତେବେ ଏମିତି ଯଦି ଟ୍ରେଣ୍ଡ ଜାରି ରୁହେ ତେବେ ବିଜେଡି ଯେଉଁ ୫୦ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ଆଗରୁ କହିଆସୁଥିଲା ତାହା ସତରେ ପରିଣତ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି । କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି । ତେବେ ଅଷ୍ଟମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୪୭୨୨୩ଟି ଭୋଟ ମିଳିଥିବାବେଳେ ବିଜେପିକୁ ୨୫୫୫୭ ଓ କଂଗ୍ରେସକୁ ମାତ୍ର ୨୬୮୫ଟି ଭୋଟ ମିଳିଛି ।
Comments ସମସ୍ତ ମତାମତ