Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ପ୍ରଯୋଜନାରେ ପାଦ ଥାପିଲେ ଦୀପକ

    Share on :
    ajab-Image
    Date: Oct 30, 2020    Views: 4679

    ଓଲିଉଡର ଷ୍ଟାଇଲିସ ଓ ଆକ୍ସନ ଷ୍ଟାର ଦୀପକ କୁମାର ଏବେ ପ୍ରଯୋଜନାରେ ପାଦ ରଖିଛନ୍ତି । ଦର୍ଶକଙ୍କ ପାଖରେ ନାୟକ ହିସାବରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଦୀପକ ପ୍ରଥମ ଥର ପ୍ରଯୋଜକ ଭାବେ ଇଣ୍ଡଷ୍ଟି୍ରକୁ ପ୍ରବେଶ କରିବାକୁ ଯାଉଛନ୍ତି । ପତ୍ନୀଙ୍କ ନାଁରେ ପ୍ରଡକ୍ସନ ହାଉସ କରି ତାଙ୍କ ରଚିତ କାହାଣୀକୁ ନେଇ ସିନେମା କରିବାର ପ୍ରତିଜ୍ଞା କରି ମୈଦାନକୁ ଓହ୍ଲାଇଛନ୍ତି । ଏଥିରେ ସେ ନାୟକ ଭୂମିକାରେ ଅଭିନୟ ମଧ୍ୟ କରୁଛନ୍ତି । ସିନେମାର ଶୀର୍ଷକ ରହିଛି, ପଲ ପଲ ତତେ ଚାହେଁ’ । ଭାରି ରୋମାଣ୍ଟିକ ଶୀର୍ଷକ ଟିଏ । ଯେହେତୁ ପତ୍ନୀ ତନୁଜାଙ୍କ କାହାଣୀ ତେଣୁ ଲାଗୁଛି ପରସ୍ପରର ଚାହାଁଚାହିଁକୁ ନେଇ କଥାବସ୍ତୁ ଆଗକୁ ବଢ଼ିଛି ଆଉ ଶେଷରେ ଗପର ରୂପ ନେଇଛି । ଫିଲ୍ମର ମୋସନ ପୋଷ୍ଟର ସୋସିଆଲ ମିଡିଆରେ ରିଲିଜ ପରେ ବହୁତ ଚର୍ଚ୍ଚା ହେଉଛି । ସମସ୍ତେ ଦୀପକ ଓ ତନୁଜାଙ୍କ ଉଦ୍ୟମକୁ ଶୁଭେଚ୍ଛା ଜଣାଇ ପ୍ରଶଂସା କରୁଛନ୍ତି । ଯଦିଓ ଦୀପକଙ୍କ ପୂର୍ବରୁ ବହୁ କଳାକାର ପ୍ରଯୋଜକ, ନିଦେ୍ର୍ଧଶକ ହୋଇଛନ୍ତି ହେଲେ ଦୀପକଙ୍କ କ୍ଷେତ୍ରରେ ଏହା ପ୍ରଥମ । ତନୁଜା ସିନେ ପ୍ରଡକ୍ସନ ପ୍ରଯୋଜିତ ଏହି ଫିଲ୍ମର କାହାଣୀ ତନୁଜା ସାହୁ  ରଚନା କରିଥିବା ବେଳେ ପ୍ରଯୋଜନାରେ ଦୀପକ, ମୁ୍ୟଜିକରେ ଅଭିଜିତ ମଜୁମଦାର, ସଂଳାପରେ ଡ.ରଜନୀ ରଞ୍ଜନ, ନିଦେ୍ର୍ଧଶନାରେ ସୁଧାକର ବସନ୍ତ, ଡିଓପିରେ ଅଜିତ କିଶୋର ଦାସ ସମ୍ପାଦନାରେ ରଞ୍ଜନ ଖଟେଇ ରହିଛନ୍ତି । ଫିଲ୍ମରେ ଦୀପକଙ୍କ ସହିତ ଦୁଇ ନବାଗତ ଅଭିନେତ୍ରୀ ପ୍ରାଚୀ ଚୌଧୁରୀ ଓ ମାନସୀ ପାଲ ରହିଛନ୍ତି ।

    Maximum 500 characters

    ସିନେମା View all

    Find Us on Facebook