Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅବସର ନେଲେ କ୍ରିକେଟର ଦିମୁଥ କରୁଣାରତ୍ନେ

    Share on :
    ajab-Image
    Date: Feb 4, 2025    Views: 3120

    କଲମ୍ବୋ : ପାଖାପାଖି ଦେଢ଼ ଦଶନ୍ଧି ଧରି ଶ୍ରୀଲଙ୍କା କ୍ରିକେଟ ଦଳର ସେବା କରିଥିବା ଦିମୁଥ କରୁଣାରତ୍ନେ ଅବସର ଘୋଷଣା କରିଛନ୍ତି। ଗାଲେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ପରେ ସେ ଅବସର ନେବେ। କରୁଣାରତ୍ନେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଏହି ଆଗାମୀ ମ୍ୟାଚ ମଧ୍ୟ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ହେବ। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୮ ହଜାରରୁ ଅଧିକ ରନ କରିଛନ୍ତି।

    ଦିମୁଥ କରୁଣାରତ୍ନେ କହିଛନ୍ତି, ସେ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ପରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବେ। ଅବସର ପରେ ସେ ଶ୍ରୀଲଙ୍କା ଛାଡ଼ି ଆସନ୍ତା ମାସରେ ପରିବାର ସହ ଅଷ୍ଟ୍ରେଲିଆ ଯିବେ ବୋଲି ସେ ପ୍ରକାଶ କରିଛନ୍ତି। ମେଜର କ୍ଲବ ତିନିଦିନିଆ ଟୁର୍ନାମେଣ୍ଟରେ କରୁଣାରତ୍ନେ ନିଜର ଶେଷ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଫେବ୍ରୁଆରୀ ୧୪ରୁ ୧୬ ତାରିଖ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ସିଂହଳୀଜ୍‌ ଓ ନାନ୍ଦେସ୍କକ୍ରିପ୍ଟସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ସେ ଭାଗ ନେବେ।
     

    Maximum 500 characters

    ଖେଳ ଖବର View all

    Find Us on Facebook