ମୁଖ୍ୟ ଖବର
ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ।
ମନ୍ମଥ କହିଛନ୍ତି, ଦିଲ୍ଲୀପ ବାବୁ ଯଦି ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବାକୁ ମନ ବଳାଇଛନ୍ତି, ତେବେ ତାଙ୍କୁ ସ୍ୱାଗତ । ତେବେ ପ୍ରଥମେ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ, ତାହା ସ୍ଥିର କରନ୍ତୁ । ରାଉରକେଲା ନା ଭୁବନେଶ୍ୱର, ତାହା ନେଇ ନିଜ ମନ ସ୍ଥିର କରିବା ଆବଶ୍ୟକ । ସେ ଆହୁରି କହିଛନ୍ତି, ନିର୍ବାଚନରେ ଯେତେ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ, ସେତେ ଭଲ । ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ରହିଛି ।
ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ବାବୁଙ୍କ ଘୋଡ଼ା ବେପାର ସମସ୍ତେ ଦେଖିଥିଲେ ବୋଲି ମନ୍ମଥ କଟାକ୍ଷ କରିଛନ୍ତି । ଏଥିସହ ସେ ନିଜକୁ ସ୍ୱଚ୍ଛ ରାଜନୀତିର ସମର୍ଥକ ବୋଲି କହିବା ସହ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ରହିଥିବା ପ୍ରକାଶ କରିଛନ୍ତି । ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ମନ୍ମଥଙ୍କ ଏହି ବୟାନ ରାଜନୈତିକ ମହଲରେ ଆହୁରି ସରଗରମ କରୁଛି ।
Comments ସମସ୍ତ ମତାମତ