Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କ ସହ ମୋର କିଛି ତିକ୍ତତା ନାହିଁ: ଦିଲ୍ଲୀପ

    Share on :
    ajab-Image
    Date: Mar 19, 2026    Views: 3430

    ଭୁବନେଶ୍ୱର:  ନବୀନଙ୍କ ସହ ସଂପର୍କ ବିଷୟରେ  ଦିଲ୍ଲୀପ ରାୟ  କହିଛନ୍ତି ଯେ ତାଙ୍କ ସହ ମୋର କିଛି ତିକ୍ତତା ନାହିଁ । ବିଜୁ ବାବୁଙ୍କ ପୁଅ ସେ, ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । କିଛି ଦିନ ତଳେ ତାଙ୍କ ଦେହ ଖରାପ ବେଳେ ମୁଁ ତାଙ୍କୁ ଭେଟିଥିଲି ବୋଲି କହିଛନ୍ତି ଦିଲ୍ଲୀପ । ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟ ତାଙ୍କ ରଣନୀତି ଉପରେ ସୂଚନା ଦେଇ ସେ କହିଛନ୍ତି ଯେ ୧୧ ନୁହେଁ, ୧୮ ବିଧାୟକ କ୍ରସ ଭୋଟିଂ କରିଥାନ୍ତେ ।  ୧୮ ବିଧାୟକ ମୋତେ ଭୋଟ ଦେବାକୁ ରାଜି ହୋଇଥିଲେ, ସେମାନଙ୍କୁ ସଦସ୍ୟତା ଚାଲିଯିବାର ନାଲିଆଖି ଦେଖାଗଲା । ନେତାଙ୍କ ନାଲିଆଖିକୁ ଡରି ପ୍ରାୟ ୭ ଜଣ କ୍ରସଭୋଟିଂ କଲେନି । ସେ କହିଛନ୍ତି, ମୋତେ ଭୋଟ ନଦେଇ କିଛି ବିଧାୟକ ଏବେ ମନସ୍ତାପ କରୁଛନ୍ତି । ମୁଁ ଜିତିବା ପରେ କିଛି ବିଧାୟକ ମୋତେ ଫୋନ୍ କରିଥିଲେ । ସେମାନଙ୍କ କହିବା କଥା ଆମକୁ ଡରାଇ ଦିଆଗଲା, ସେଥିପାଇଁ ଭୋଟ ଦେଲୁନି ।  ସେମାନଙ୍କ ମଧ୍ୟରୁ ୩ ଜଣ ବିଧାୟକ ଏବେ ଗଭୀର ଭାବେ ମନସ୍ତାପ କରୁଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ୩ ମାସ ଆଗରୁ ପ୍ଲାନିଂ ହୋଇଥିଲା ବୋଲି ସୂଚନା ଦେଇ ସେ କହିଛନ୍ତି,ବିଜୟ ମହାପାତ୍ର, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀ ଏବଂ ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଥିଲି । ୭/୮ ଜଣ ବିଧାୟକଙ୍କ ସହ ଆଲୋଚନା କରି କୋର୍ ଗ୍ରୁପ୍ କରିଥିଲୁ ।  ଦଳୀୟ ପ୍ରାର୍ଥୀ ନହୋଇ ସ୍ବାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲି ।କାରଣ ଦଳୀୟ ପ୍ରାର୍ଥୀ ହୋଇଥିଲେ ଏତେ ସମର୍ଥନ ମିଳିନଥାନ୍ତା । ଦିଲ୍ଲୀପ କହିଛନ୍ତି ଯେ ସେଥିପାଇଁ ମୁଁ ବିଜେପି ଶୀର୍ଷ ନେତାଙ୍କ ସହ କଥା ହୋଇଥିଲି । ସେମାନେ ମୋ ପ୍ରସ୍ତାବରେ ରାଜି ହୋଇଥିଲେ, ମୋତେ ସମର୍ଥନ କରିଥିଲେ ।  ଗୃହମନ୍ତ୍ରୀ ଅମିତ ଶାହ ମୋତେ ପୂରା ସମର୍ଥନ ଦିଆଯିବ ବୋଲି କହିଥିଲେ ।ସେ ଏହା ମଧ୍ୟ କହିଛନ୍ତି ଯେ ନବୀନ ପଟ୍ଟନାୟକ ଏବଂ ଭକ୍ତ ଦାସଙ୍କୁ ମଧ୍ୟ ଫୋନ୍ କରିଥିଲି ।  ଦିଲ୍ଲୀପ ରାୟ କହିଛନ୍ତି, ଯେଉଁଦିନ ପ୍ରାର୍ଥୀ ଘୋଷଣା ହେଲା ସେହିଦିନ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିଥିଲି । ନବୀନଙ୍କ ଫୋନ୍ ତାଙ୍କ ପିଏ ଉଠାଇଲେ, କହିଲେ କଲ୍ ବ୍ୟାକ୍ କରିବେ । ନବୀନ କିନ୍ତୁ ଆଉ କଲ୍ ବ୍ୟାକ୍ କଲେନି କି କଥା ହେଲେନି ବୋଲି କହିଛନ୍ତି ଦିଲ୍ଲୀପ ।  ଏପରିକି ଭକ୍ତ ଦାସଙ୍କ ପାଖକୁ ମଧ୍ୟ ଫୋନ୍ କରିଥିଲି, ଭେଟିବାକୁ ଚାହିଁଥିଲି ।  ସେ ଘରେ ନଥିବା କହିଲେ, ଆସିଲେ ଫୋନ୍ କରିବେ କହିଥିଲେ, କିନ୍ତୁ ଫୋନ୍ କଲେନି ।   

    Maximum 500 characters

    ରାଜନୀତି View all

    Find Us on Facebook