Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁଣି ନବୀନଙ୍କୁ ଚକମା ଦେଲେ ଦିଲ୍ଲୀପ ରାଏ

    Share on :
    ajab-Image
    Date: Mar 17, 2026    Views: 2570

    ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ପୁଣି ବାଜିମାତ କରିଛନ୍ତି ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାଏ। ରାଜ୍ୟସଭା ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥନରେ ସ୍ବାଧିନ ପ୍ରାର୍ଥୀ ଭାବେ ଜିତିଛନ୍ତି ଦିଲ୍ଲୀପ ରାଏ। ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥି ଦତ୍ତେଶ୍ବର ହୋତ୍ତାଙ୍କୁ ହରାଇ ସେ ଜିତିଛନ୍ତି ଚତୁର୍ଥ ଆସନ। ସ୍ବାଧୀନ ଭାବେ ଲଢି ବିଜେଡି-କଂଗ୍ରେସକୁ ଚଖମା ଦେଇଛନ୍ତି ଦିଲ୍ଲୀପ। ଏହାପୁର୍ବରୁ ୨୦୦୨ରେ ବି ବିଜେଡିକୁ ଚଖମା ଦେଇ ସ୍ବାଧୀନଭାବେ ଜିତିଥିଲେ ଦିଲ୍ଳୀପ ରାଏ।
    2002 ମସିହା ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାଏ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଚଖମା ଦେଇଥିଲେ। 2002 ରାଜ୍ୟସଭା ନିର୍ବାଚନ ଫଳ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ଥିଲା ଏକ ବଡ଼ ଧକ୍କା। 2002ରେ ବି ଓଡ଼ିଶାରୁ ଚତୁର୍ଥ ଆସନ ପାଇଁ ହୋଇଥିଲା ଲଢେଇ। ଯେଉଁଥିଲେ ଏହି ଦିଲ୍ଲୀପ ରାୟ କଂଗ୍ରେସ ପ୍ରାର୍ଥୀ ମୋରିସ୍ କୁଜୁରଙ୍କୁ ପରାସ୍ତ କରି ନବୀନଙ୍କ ସବୁ ଅଙ୍କ ଭୁଲ କରିଦେଇଥିଲେ। ଦିଲ୍ଲୀପଙ୍କୁ ହରାଇବା ପାଇଁ ନବୀନ ସବୁପ୍ରକାର ଗୋଟି ଚାଳନା କରିଥିଲେ। ଏପରିକି କୁହାଯାଏ ବିଜେଡିର ବଳକା ଭୋଟ୍ ମୋରିସ କୁଜୁରଙ୍କୁ ଦେବା ଲାଗି କଂଗ୍ରେସ ସହ ନବୀନ କରିଥିଲେ ଭିତିରିଆ ଡିଲ। ବିଧାନସଭାରେ ବିଜେଡିର 71 ବିଜେପିର 38 ଏବଂ କଂଗ୍ରେସର 26 ବିଧାୟକ ଥିଲେ।
    2002 ରାଜ୍ୟସଭା ନିର୍ବାଚନରେ 147ରୁ 143 ଜଣ ବିଧାୟକ ଭାଗନେଇଥିଲେ। ବିଜେଡି ବିଧାୟକ ତଥା ଜଙ୍ଗଲ ମନ୍ତ୍ରୀ ଏ.ପି ସିଂଦେଓଙ୍କ ଭୋଟ୍ ନାକଚ ହୋଇଥିଲା। ପ୍ରଥମ 3ଟି ଆସନରେ ବିଜେଡିର 2ଜଣ ଓ ବିଜେପିର ଜଣେ ପ୍ରାର୍ଥୀ ସହଜରେ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ବନ୍ଦ୍ବୀତା ହୋଇଥିଲା ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ କଂଗ୍ରେସ ପ୍ରାର୍ଥୀ ମୋରିସ କୁଜୁରଙ୍କ ମଧ୍ୟରେ। ତେବେ ନବୀନଙ୍କ ଶତ ଚେଷ୍ଟା ସତ୍ତ୍ବେ ବିଜେଡିର 14 ବିଧାୟକ, ବିଜେପିର 8 ବିଧାୟକ, କଂଗ୍ରେସର 2, ଜେଏମ୍ଏମର ଜଣେ ଓ ଜଣେ ସ୍ବାଧୀନ ବିଧାୟକଙ୍କ ଭୋଟ୍ ପାଇ ବିଜୟୀ ହୋଇଥିଲେ ଦିଲ୍ଲୀପ ରାୟ। ଆଉ 26 ବିଧାୟକ ଥାଇ ବି ହାରିଥିଲେ କଂଗ୍ରେସ ପ୍ରାର୍ଥୀ ମୋରିସ୍ କୁଜୁର।
    ଏଥର ମିଶାଇ ତୃତୀୟ ଥର ପାଇଁ ରାଜ୍ୟସଭା ଯିବେ ଦିଲ୍ଲୀପ ରାୟ। ଏହାପୂର୍ବରୁ ସେ  ୧୯୯୬ରୁ ୨୦୦୨ ମସିହା ପର୍ଯ୍ୟନ୍ତ  ଏବଂ ପରେ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ ସେ ରାଜନୀତି ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ରାଉରକେଲା ଏନ୍‌ଏସିର ଅଧ୍ଯକ୍ଷ ହୋଇଥିଲେ। ସେହି ସମାନ ବର୍ଷ ସେ ରାଉରକେଲାର ବିଧାୟକ ଭାବେ ଜିତିଥିଲେ। ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାରରେ ଶିଳ୍ପ ମନ୍ତ୍ରୀ ଦାୟିତ୍ୱରେ ରହିଲେ। ରାଜ୍ୟସଭାକୁ ପ୍ରତିନିଧିତ୍ଵ କରିବା ସମୟରେ ସେ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ। କୋଇଲା ମନ୍ତ୍ରୀ, ପଶୁସମ୍ପଦ, ଖାଦ୍ୟ ପ୍ରକ୍ରିୟାକରଣ, ସଂସଦୀୟ ବ୍ୟାପାର ଓ ଇସ୍ପାତ ଭଳି ଗୁରୁତ୍ଵପୂର୍ଣ ମନ୍ତ୍ରାଳୟ ସମ୍ଭାଳିଥିଲେ। ଶେଷ ଥର ପାଇଁ ୨୦୧୪ରୁ ୨୦୧୯ ଯାଏ ସେ ରାଉରକେଲାର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୨୪ରେ ବିଧାନସଭା ନିର୍ବାଚନ ଲଢ଼ି ସେ ବିଜେଡିର ଶାରଦା ନାୟକଙ୍କଠାରୁ ହାରି ଯାଇଥିଲେ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook