Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାହିଁକି ନବୀନ ନିବାସ ଯାଇଥିଲେ ଦିଲୀପ ରାୟ, ଖୋଲିଲା ଗୁମର

    Share on :
    ajab-Image
    Date: Jan 9, 2021    Views: 55805

    ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହଠାତ ବିଜେପି ଛାଡ଼ି ଦେଇଥିଲେ ଦିଲୀପ ରାୟ  । କିଛିଦିନ ପରେ ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା  । ତେବେ ଦିଲୀପ କାହିଁକି ନବୀନ ନିବାସ ଯାଇଥିଲେ, ତାହାର ଗୁମର ଏବେ ଖୋଲିଛି । ଏହି ଗୁମର ଖୋଲିଛନ୍ତି ତାଙ୍କର ରାଜନୈତିକ ସଚିବ ଦୁର୍ଗା ପ୍ରସାଦ ମହାନ୍ତି  ।

    ଦିଲୀପଙ୍କ ଜନ୍ମଦିନ ଅବସରରେ ସେ ଏକ ଆଲେଖ୍ୟରେ ଉଲ୍ଳେଖ କରିଛନ୍ତିଯେ, ଦିଲୀପ ରାୟ ସବୁବେଳେ ବ୍ରାହ୍ମଣୀ ବ୍ରିଜ, ଆଇଜିଏଚ ସୁପର ସ୍ପେଶାଲିଟି ହସପିଟାଲ ଓ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ଦାବି କରୁଥିଲେ । କିନ୍ତୁ ଏହିସବୁ କାର୍ଯ୍ୟ ବିଳମ୍ବିତ ହେବାରୁ ସେ ବିଜେପିର ବିକାଶ ଉତ୍ସବକୁ ବର୍ଜନ କରିଥିଲେ  । ଅପରପକ୍ଷରେ ଏନେଇ ଦିଲୀପ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ମଧ୍ୟ ଦାବି ଉପସ୍ଥାପନ କରିଥିଲେ । ନବୀନ ମଧ୍ୟ ଦିଲୀପଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି  । ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ ନେଇ ଘୋଷଣା କରାଯାଇଛି । ସେହିପରି ସୁନ୍ଦରଗଡ଼ରେ ମେଡ଼ିକାଲ କଲେଜ ସମ୍ପର୍କରେ ଘୋଷଣା ବି ହୋଇଛି । ନବୀନଙ୍କ ପାଖରେ ଦିଲୀପ ରାଉରକେଲାର ବିକାଶ ପାଇଁ ଦାବି ଉପସ୍ଥାପନ କରିବାକୁ ହିଁ ନବୀନ ନିବାସ ଯାଇଥିଲେ । ଦିଲୀପଙ୍କ କଥା ରଖି ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି । ଦିଲୀପଙ୍କ ରାଜନୈତିକ ସଚିବଙ୍କ ଏହି ଆଲେଖ୍ୟ ପୁଣି ଥରେ ଚର୍ଚ୍ଚା ସୃଷ୍ଟିକରିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook