Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ: ଆଇନମନ୍ତ୍ରୀ

    Share on :
    ajab-Image
    Date: May 3, 2025    Views: 3064

    ଭୁବନେଶ୍ୱର: ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି । ଦାରୁ କିପରି ସେଠାକୁ ଗଲା ତଦନ୍ତ ପରେ ସ୍ପଷ୍ଟ ହେବ । ଜଗନ୍ନାଥ ମନ୍ଦିର ନିର୍ମାଣ କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଠାକୁରଙ୍କ ବଳକା କାଠ ସେଠାରେ ବ୍ୟବହାର କରିବା ଗ୍ରହଣୀୟ ନୁହେଁ ।
    ଜଗନ୍ନାଥ ଧାମ ବିଶ୍ୱରେ ଗୋଟିଏ ଯାହାକି ପୁରୀରେ ରହିଛି । ଆଉ କେଉଁଠି ଜଗନ୍ନାଥ ଧାମ କରିବା ଠିକ୍ ନୁହେଁ । ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡ଼ିଶା ଫେରିବା ପରେ ତାଙ୍କ ସହ ଆଲୋଚନା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଏପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook