ମୁଖ୍ୟ ଖବର
ଭୁନେବଶ୍ବର: ଦୀଘା ଜଗନ୍ନାଥ ଧାମ ନୁହେଁ । ପଶ୍ଚିମବଙ୍ଗର ଦୀଘାରେ କେବଳ ଜଗନ୍ନାଥ ମନ୍ଦିର । ବିଶ୍ବରେ କେବଳ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାସସ୍ଥଳୀ । ମାତ୍ର ଏ କଥା ଦିଦିଙ୍କୁ ବୁଝାଇବ କିଏ । ଦୀଘା ମନ୍ଦିରକୁ ବାରମ୍ବାର ଜଗନ୍ନାଥ ଧାମର ପରିଚୟ ଦେବାକୁ ରଚୁଛନ୍ତି ଷଡ଼ଯନ୍ତ୍ର । ଦୀଘାକୁ ଜଗନ୍ନାଥ ଧାମ ବୋଲି କହିବା ବିବାଦ ସାମାନ୍ୟ ଥମିଥିବା ବେଳେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଦୀଘା ଜଗନ୍ନାଥ ଧାମ ନାଁରେ ଏକ ସୋସିଆଲ୍ ମିଡିଆ ଆଇଡି ଖୋଲାଯାଇଛି । ଏଥିରେ ଲେଖା ରହିଛି ‘ଅଫିସିଆଲ୍ ଆକାଉଣ୍ଟ ଅଫ୍ ଜଗନ୍ନାଥ ଟେମ୍ପଲ୍’ ଦୀଘା । ଏହା ସହିତ ଦୀଘା ମନ୍ଦିର ଶିଳାନ୍ୟାସ ବର୍ଷ ୨୦୨୨ ଲେଖା ରହିଛି ।
ଯାତ୍ରୀଙ୍କ ସୁବିଧା ପାଇଁ ଏକ ପୋଷ୍ଟର ତିଆରି କରାଯାଇଛି । ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖା ରହିଛି । ମନ୍ଦିରରେ ଠକୁରଙ୍କ ଦର୍ଶନର ସମୟ ସାରଣୀ ରହିଛି । ଦୀଘା ଜଗନ୍ନାଥ ଧାମ ନାମରେ ମଧ୍ୟ ଏକ ଓ୍ବେବ୍ ସାଇଟ୍ ଖୋଲାଯାଇଛି । ଦୀଘା ଜଗନ୍ନାଥ ଧାମ ନୁହେଁ, ବିରୋଧ ସତ୍ତ୍ବେ ବି ମାନୁ ନାହାନ୍ତି ପଶ୍ଚିମବଙ୍ଗ ସରକାର । ବାରମ୍ବାର ବିବାଦୀୟ କାର୍ୟ୍ୟ କରୁଛନ୍ତି । ପୂର୍ବ ଦୀଘା ଜଗନ୍ନାଥ ଧାମ ବୋର୍ଡ ଲଗାଇକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମାଲୋଚନାର ଶିକାର ହୋଇଥିଲେ । ଓଡ଼ିଶା ସରକାରଙ୍କ ଠାରୁ ଆରମ୍ଭ କରି ଗଜପତି ମହାରାଜଙ୍କ ପର୍ୟ୍ୟନ୍ତ ସମସ୍ତେ ତାଗିତ୍ କରିଥିଲେ । ଜଗନ୍ନାଥ ଧାମ କହିଲେ କେବଳ ପୁରୀ ବୋଲି କହିଥିଲେ ।
Comments ସମସ୍ତ ମତାମତ